ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ହୋଇଥିବା ବିଭିନ୍ନ ଅନିୟମିତତା ଏବଂ ପ୍ରଶାସନିକ ତ୍ରୁଟିରେ କେନ୍ଦ୍ରମନ୍ତ୍ରୀ ସିଧାସଳଖ ଜଡ଼ିତ ଥିବା ଦର୍ଶାଇ, ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦେବା ଉଚିତ୍ ବୋଲି ନବୀନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ନୂଆଦିଲ୍ଲୀ ଗସ୍ତରେ ଥିବା ନବୀନ ପଟ୍ଟନାୟକ ବିଜୁ ଜନତା ଦଳ (BJD) ର ସମସ୍ତ ସାଂସଦମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦିଲ୍ଲୀ ସ୍ଥିତ ନବୀନଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଆଗାମୀ ସଂସଦୀୟ ରଣନୀତି ଏବଂ ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ମୁଦ୍ଦାଗୁଡ଼ିକ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ଶିକ୍ଷାଗତ ଏବଂ ପ୍ରଶାସନିକ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ବିଜେଡି ଏକ ସ୍ପଷ୍ଟ ଓ ଆକ୍ରାତ୍ମକ ରଣନୀତି ପ୍ରସ୍ତୁତ କରୁଛି।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଘଟିଥିବା ବିଭିନ୍ନ ବିପ୍ରାଟ ଓ ଅନିୟମିତତାକୁ ଆଧାର କରି ଦଳ ସଂସଦରୁ ଆରମ୍ଭ କରି ରାଜପଥ ପର୍ଯ୍ୟନ୍ତ ନିଜର ବିରୋଧକୁ ଆହୁରି ଜୋରଦାର କରିବ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍