ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସୁରପ୍ରଭା ଜ୍ୟୋତିର୍ମୟୀ ନାୟକ। ଦୀର୍ଘ ମାସ ଧରି ଚାଲିଥିବା ଏହି କଡ଼ା ପ୍ରତିଯୋଗିତାର ଗ୍ରାଣ୍ଡ୍ ଫାଇନାଲରେ ନିଜର ଦମଦାର୍ ଗାୟକୀ ବଳରେ ସେ ଆଞ୍ଚଳିକ ଓ ଜାତୀୟ ସ୍ତରର କୋଟି କୋଟି ଶ୍ରୋତାଙ୍କ ହୃଦୟ ଜିତିବା ସହ ଟ୍ରଫି ହାତେଇଛନ୍ତି।
ପ୍ରଥମ ଓଡ଼ିଆ ଝିଅ ଭାବେ ଏହି ସମ୍ମାନଜନକ ଆଖ୍ୟା ଅର୍ଜନ କରି ସେ ଏକ ଐତିହାସିକ ରେକର୍ଡ ରଚିଛନ୍ତି। ବିଜୟ ସହ ଜ୍ୟୋତିର୍ମୟୀଙ୍କୁ ଆକର୍ଷଣୀୟ ଟ୍ରଫି ଏବଂ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ଏହି ଗ୍ରାଣ୍ଡ ଫାଇନାଲ୍ ସନ୍ଧ୍ୟାରେ ମୁଖ୍ୟ ବିଚାରକ ଶ୍ରେୟା ଘୋଷାଲ, ବାଦଶାହଙ୍କ ସହ ଶ୍ରେଷ୍ଠ କଣ୍ଠଶିଳ୍ପୀ ଉଷା ଉଥୁପ, ଉଦିତ୍ ନାରାୟଣ, ପାପନ, କୁମାର ସାନୁ ଏବଂ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଓ ଶେହନାଜ ଗିଲ୍ ପ୍ରମୁଖ ଉପସ୍ଥିତ ଥିଲେ। ଜ୍ୟୋତିର୍ମୟୀ ପୂର୍ବରୁ ଓଡ଼ିଆ ସଙ୍ଗୀତ ଜଗତରେ ନିଜ ଗାୟକତାର ଯାଦୁ ଦେଖାଇସାରିଛନ୍ତି। ତାଙ୍କର ଏହି ମହାନ ସଫଳତା ପାଇଁ ସାରା ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…