ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ ନେପାଳ ନାଗରିକମାନେ ୨୦୧୬ ନଭେମ୍ବର ୯ ପରେ ଜାରି କରାଯାଇଥିବା ୨୦୦ ଏବଂ ୫୦୦ଟଙ୍କିଆ ଭାରତୀୟ ନୋଟ୍ ନେପାଳକୁ ନେଇପାରିବେ । ନେପାଳ ରାଷ୍ଟ୍ର ବ୍ୟାଙ୍କ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ସର୍ବାଧିକ ୨୫୦୦୦ଟଙ୍କା ପର୍ଯ୍ୟନ୍ତ ଏହି ଅନୁମୋଦିତ ନୋଟ୍ ନେପାଳ ଭିତରକୁ ନେଇପାରିବେ କିମ୍ବା ବାହାରକୁ ଆଣିପାରିବେ ।
ସଂଶୋଧିତ ନିୟମ ଅନୁଯାୟୀ ଉଭୟ ଦେଶର ନାଗରିକମାନେ ଏହି ମୁଦ୍ରାଗୁଡ଼ିକୁ ନେପାଳ ମଧ୍ୟକୁ ଆଣିବା, ସେଠାରେ ବ୍ୟବହାର କରିବା କିମ୍ବା ବାହାରକୁ ନେବା ପାଇଁ ସକ୍ଷମ ହେବେ। ତେବେ ୨୦୧୬ ନୋଟବନ୍ଦୀ ପୂର୍ବରୁ ଜାରି କରାଯାଇଥିବା ପୁରୁଣା ଭାରତୀୟ ନୋଟଗୁଡ଼ିକ ଉପରେ ପ୍ରତିବନ୍ଧକ ଜାରି ରହିବ ଏବଂ କେବଳ ନୂତନ ଡିଜାଇନର ୨୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ହିଁ ଅନୁମତିପ୍ରାପ୍ତ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି । ଏହି ବ୍ୟବସ୍ଥା ଦ୍ୱାରା ନେପାଳ ଭ୍ରମଣ କରୁଥିବା ଭାରତୀୟ ପର୍ଯ୍ୟଟକ ଏବଂ ଭାରତ ସହିତ ବାଣିଜ୍ୟ କରୁଥିବା ନେପାଳୀ ବ୍ୟବସାୟୀମାନେ ଅଧିକ ସୁବିଧା ପାଇବେ।

More Stories
ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..
ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…
ମେଡିକାଲରେ ପଶି ଭଙ୍ଗାରୁଜା, ମୁଖ୍ୟ ଅଭିଯୁକ୍ତ ଗିରଫ