July 28, 2026

Now Odisha

Now Odisha

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

Spread the love

କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି । ସରକାରୀ ପ୍ରାଥମିକ ବିଦ୍ୟାଳୟ କୌଣସି ଛୁଟି ନଥାଇ ସୋମବାର ବନ୍ଦ ରହିଥିଲା । ଛାତ୍ରୀଛାତ୍ରମାନେ ସ୍କୁଲରେ ତାଲା ପଡିଥିବା ଦେଖି ଘରକୁ ଫେରି ଆସିଥିଲେ ।

ତେଵେ ସ୍କୁଲରେ ଦୁଇ ଜଣ ଶିକ୍ଷକ ନିୟୋଜିତ ଥାଇ ମଧ୍ୟ କୌଣସି ସରକାରୀ ଛୁଟି ନଥିବାବେଳେ କାହିଁକି ସ୍କୁଲ ବନ୍ଦ ରହିଥିଲା ତାହା ଏବେ ଏକ ବିରାଟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୌଣସି ସରକାରୀ ଛୁଟି ନଥାଇ ଶିକ୍ଷକମାନେ ସ୍କୁଲ ବନ୍ଦ କରିବା କେତେଦୂର ଯଥାର୍ଥ ବୋଲି ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏପଟେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପାଇଁ ମାସିକ ପାରିଶ୍ରମିକ ମୋଟା ଅଙ୍କର ଦରମାର ବ୍ୟବସ୍ଥା ରହିଛି ହେଲେ ଏତେସବୁ ସରକାରଙ୍କ ବ୍ୟବସ୍ଥା ଭିତରେ ଥାଇ ମଧ୍ୟ ଗ୍ରାମାଞ୍ଚଳମାନଙ୍କରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଯାହାଦ୍ୱାରା ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଠେଲି ହେଉଛି ବୋଲି ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୧ ଜଣ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ପ୍ରଧାନ ଶିକ୍ଷକ ଭାବେ ନାରାୟଣ ନାଏକ ଓ ସହଶିକ୍ଷକ ଭାବେ ସିପୁନ ନାୟକ କାର୍ଯ୍ୟ ତୁଲାଇ ଆସୁଛନ୍ତି । କିନ୍ତୁ ଦୁଇ ଜଣ ଶିକ୍ଷକ ନିଯୁକ୍ତ ଥାଇ ମଧ୍ୟ ଜଣେ ବି ସ୍କୁଲରେ ଉପସ୍ଥିତ ନ ରହିବା କେତେ ଦୂର ଯଥାର୍ଥ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏହା ସହିତ ଗୋଷ୍ଠୀ ଶିକ୍ଷାଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ।

ତେଵେ ଏନେଇ ଶହ ଶିକ୍ଷକ ସିପୁନ ନାୟକଙ୍କୁ ପଚାରିବାରୁ ପାହାଡିଆ ରାସ୍ତା ଓ ପ୍ରବଳ ବର୍ଷ ହେଉଛି ମୁଁ ଆଜି ସ୍କୁଲକୁ ଯାଇ ପାରିବି ନାହିଁ ବୋଲି କହିଥିଲେ । ଏନେଇ ସେ ପ୍ରଧାନ ଶିକ୍ଷକଙ୍କୁ ଜଣାଇବା କଥା ମଧ୍ୟ କହିଥିଲେ । ଏହାକୁ ନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ମୋର ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଦଶା କାର୍ଯ୍ୟ ଥିବାହେତୁ ମୋର ବ୍ୟକ୍ତିଗତ କାମପାଇଁ ସ୍କୁଲକୁ ଯାଇପାରିଲି ନାହିଁ । ସହ ଶିକ୍ଷକଙ୍କୁ କହିଥିଲି ସ୍କୁଲ ଯିବାପାଇଁ କିନ୍ତୁ ସେ ଯାଇଛନ୍ତିକି ନାହିଁ ମୁ ଆଉ ପଚାରିନଥିଲି କି ସିଆରସିସିଙ୍କୁ ମଧ୍ୟ ଜଣେଇନଥିଲି ତେଣୁ ଭୁଲ ହୋଇଯାଇଛି ବୋଲି ପ୍ରକାଶ କରିଥିଲେ ।

error: Content is protected !!