July 28, 2026

Now Odisha

Now Odisha

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, 

Spread the love

କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଏକ ଘରୋଇ ବସକୁ ଧରି ୮ ଲକ୍ଷ ୪୦ ହଜାର ୧୬୩ ଟଙ୍କା ଜୋରିମାନା କରାଯାଇଛି। ସୂଚନାଯୋଗ୍ୟ, ବ୍ରହ୍ମପୁରରୁ ଛତ୍ରପୁର ଅଭିମୁଖେ ଆସୁଥିବା ଜୟଶ୍ରୀ(ନମ୍ବର-ଓଡି୧୯ଆର୪୫୯୭) ନାମକ ଏକ ଘରୋଇ ବସ ଆସୁଥିବାବେଳେ ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଗଞ୍ଜାମ ପରିବହନ ବିଭାଗର ଟ୍ରାଫିକ ପୋଲିସ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା l
ଗାଡିର ୩ ବର୍ଷ ହେଲା ଫିଟନେସ, ରୋଡ଼ ଟ୍ୟାକ୍ସ, ପଲ୍ୟୁସନ, ଇନ୍ସୁରାନ୍ସ ଏପରିକି ଗାଡି ଚଳାଉଥିବା ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ବସ ଉପରେ ମୋଟ ୮ ଲକ୍ଷ ୪୦ ହଜାର ୧୬୩ ଟଙ୍କା ଜୋରିମାନା କରାଯାଇଛି l ଗାଡି ମାଲିକ ସନ୍ତୋଷ କୁମାର ସାହୁଙ୍କ ନାମରେ ଚାଲାଣ କଟାଯାଇଛି l ରୋଡ଼ ଟ୍ୟାକ୍ସ ବାବଦକୁ ୮ ଲକ୍ଷ ୫ ହଜାର ୧୬୩ ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯୋଗୁ ୫ ହଜାର ଟଙ୍କା, ଗାଡିର ରେଜିଷ୍ଟ୍ରେସନ ନ ଥିବାରୁ ୫ ହଜାର ଟଙ୍କା, ପଲ୍ୟୁସନ ନ ଥିବା ଯୋଗୁ ୧୦ ହଜାର ଟଙ୍କା ଜୋରିମାନା ପକାଯାଇଥିବା ସୂଚନା ମିଳିଛି l
ଗାଡିକୁ ଜବତ କରାଯାଇ ଅଗସ୍ତି ନୂଆଗାଁସ୍ଥିତ ଡ୍ରାଇଭିଂ ଟେଷ୍ଟିଂ ସେଣ୍ଟରରେ ରଖାଯାଇଛି। ଜୋରିମାନା ଆଦାୟ ପରେ ଉକ୍ତ ଗାଡିକୁ ଛଡ଼ାଯିବ ବୋଲି ଟ୍ରାଫିକ ଇନ୍ସପେକ୍ଟର ବିଶ୍ୱ ରଂଜନ ସାହୁ ସୂଚନା ଦେଇଛନ୍ତି। ୨୦୨୩ରୁ ଗାଡିର ଟ୍ୟାକ୍ସ ବନ୍ଧା ଯାଇନାହିଁ। ଆଗାମୀ ଦିନରେ ମଧ୍ୟ୍ୟ ଯାଞ୍ଚ କଡାକଡ଼ି କରାଯିବ ବୋଲି ଗଞ୍ଜାମ ପରିବହନ ଅଧିକାରୀ ଇଂ ଦେବାଶିଷ ସ୍ବାଇଁ ସୂଚନା ଦେଇଛନ୍ତି। ସଡ଼କ ସୁରକ୍ଷା ନିୟମ ମାନିବା ସହ ଗାଡିର ସମସ୍ତ ନଥିପତ୍ର ଠିକ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

error: Content is protected !!