ଆନନ୍ଦପୁରରେ ଆଲୋକଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି


ରାଜ୍ୟର ୧୪୭ବିଧାନସଭା ଆସନ ମଧ୍ୟରୁ ବିଜେପି ଆଜି ୧୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତନ୍ମଧ୍ୟରୁ ୨୨ନମ୍ବର ଆନନ୍ଦପୁର ସଂରକ୍ଷିତ ଆସନ ପାଇଁ ଆଲୋକ ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଏଥିପାଇଁ ହାଟଡିହି ର ବିଜେପି କାର୍ଯ୍ୟଳୟ ଠାରେ ଉତ୍ସବ ର ମହୋଲ ସୃଷ୍ଟି ହୋଇଛି। କର୍ମୀ ଓ ଶୁଭେଚ୍ଛୁ ମାନେ ପରସ୍ପରକୁ ମିଠା ବାଣ୍ଟି ଖୁସି ମନାଉଥିବା ବେଳେ ଅନେକ କର୍ମକର୍ତ୍ତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ବାଣ ଫୁଟାଇ ଖୁସି ମନାଉଛନ୍ତି। ଶ୍ରୀ ସେଠୀ ଏନେଇ ନିଜ ମତ ରଖିବା ସହ କିପରି ନିର୍ବାଚନ ବୈତରଣୀ ପାର ହେବେ କହିଛନ୍ତି।


error: Content is protected !!