ଗତ ୦୨/୦୩/୨୦୨୪ ରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଧୀନ ମଙ୍ଗଳପୁର ଅଞ୍ଚଳର ୧୬ ବର୍ଷୀୟ ନାବାଳିକା କନ୍ୟାଙ୍କୁ ଅତି ଜଘନ୍ୟ ଭାବରେ ପଥରରେ ଛେଚି ହତ୍ୟା କରିବା ଘଟଣାରେ ମାନ୍ୟବର କମିଶନ ହସ୍ତକ୍ଷେପ କରି ଦୋଷୀ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ସମ୍ପୃକ୍ତ ନାବାଳିକାର ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର 3448/2024 ରେ କେଶ ଦାଏର କରିଥିଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ | _*ଆଜି ଏହି ଜଘନ୍ୟ ହତ୍ୟା ମାମଲାରେ ମାନ୍ୟବର ଜାତୀୟ ମାନବ ଅଧିକାର କମିଶନ ବିଚାରକରି ଢେଙ୍କାନାଳ ଏସପିଙ୍କୁ ଟୋଟାଲ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦେଶ ଦେଇଛନ୍ତି |


error: Content is protected !!