ଭୁବନେଶ୍ୱର :ଜୟଦେବବିହାର ଅଂଚଳରେ ଯୁବତୀକୁ ଅପହରଣ ପାଇଁ ଉଦ୍ୟମ ହୋଇଛି । ଯୁବତୀ ଜଣକ ସ୍ଥାନୀୟ ଆଚାର୍ଯ୍ୟ ବିହାର ଛକରୁ ଜୟଦେବବିହାର ଅଟୋ ଯୋଗେ ଯିବା ସମୟରେ ଘଟିଛି ଏହି ଘଟଣା । ଯୁବତୀ ଜଣକ ଚଳନ୍ତା ଅଟୋରୁ ଡେଇଁ ପଡିଥିବା ସୂଚନା ମିଳିଛି । ଯୁବତୀ ଜଣକର ହାତ ଓ ମୁହଁରେ ଗଭୀର ଆଘାତ ଲାଗିବା ନେଇ ଖବର ମିଳିଛି ।
ଯୁବତୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆ ଯିବା ନେଇ ପୋଲିସ ସୂଚନା ଦେଇଛି । ପରିବାର ଲୋକ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ନୟାପଲ୍ଲୀ ପୋଲିସ ଖୋଳତାଡ ଆରମ୍ଭ କରିଛି ।
ସୂଚନା ଯୋଗ୍ୟ ଯେ ,ଅପହରଣ କାରି ଯୁବତୀଙ୍କ ମୁହଁରେ କପଡା ଗୁଡ଼ାଇ ବେହୋସ କରିବାକୁ ଉଦ୍ୟମ କରିଥିଲା ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…