—କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ଜୋର ଧରିଛି । ବୁଧବାରଠାରୁ ଲେହରେ ଆରମ୍ଭ ହୋଇଥିବା ଜେନ୍-ଜେଡ୍ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି । ବୁଧବାର ଘଟିଥିବା ହିଂସାକାଣ୍ଡରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି । ହିଂସାକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ଲେହରେ ୧୧୬୩ ଧାରା ଲାଗୁ କରାଯାଇଛି । ହିଂସା ସମୟରେ ଲେହରେ ଥିବା ବିଜେପି କାର୍ଯ୍ୟାଳୟକୁ ବିକ୍ଷୋଭକାରୀ ପୋଡି ଦେଇଛନ୍ତି । ରାଜ୍ୟ ମାନ୍ୟତା ଦାବିରେ ସୋନମ ୱାଙ୍ଗଚୁକ୍ ସେପ୍ଟେମ୍ବର ୧୦ତାରିଖରୁ ଅନଶନରେ ବସିଛନ୍ତି ।
ରାଜ୍ୟ ମାନ୍ୟତା ଦାବିରେ ଆଜି କାର୍ଗିଲ ବନ୍ଦ ଡାକରା ଦିଆଯାଇଛି । କାର୍ଗିଲ୍ ଡେମୋକ୍ରାଟିକ୍ ଆଲାଏନ୍ସର ସଦସ୍ୟ ସଜ୍ଜାଦ ହୁସେନ୍ କାର୍ଗିଲି କହିଛନ୍ତି ଗତକାଲି ଲେହରେ ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ହିଂସା ପାଇଁ କୌଣସି ସ୍ଥାନ ନାହିଁ କିନ୍ତୁ ଗତ ୪ବର୍ଷ ଧରି ଯେଉଁଠାରେ ଲୋକଙ୍କ ପାଖରେ କୌଣସି ଚାକିରି ନାହିଁ, ସେଠାରେ ଲୋକଙ୍କ ମନରେ ଅସନ୍ତୋଷ ଓ ଅସୁରକ୍ଷିତ ଭାବନା ରହିଛି । ଏଠାରେ କୌଣସି ଗଣତନ୍ତ୍ର ନାହିଁ । ଆମେ ଶାସକ ଦଳକୁ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରୁଛୁ । ଆଜିର କାର୍ଗିଲ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ କରାଯାଉଛି । ସରକାରଙ୍କୁ ସମ୍ବେଦନଶୀଳ ଭାବରେ ଆଲୋଚନା ପୁନଃ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ହୁସେନ୍
ଗତ ୧୫ଦିନ ହେବ ସୋନମ ୱାଙ୍ଗଚୁକ୍ ଅନଶନରେ ବସିଥିବା ବେଳେ କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ଆଲୋଚନାକୁ ଅନୁମୋଦନ କରିଥିଲେ । ଆଲୋଚନା ପାଇଁ ଅକ୍ଟୋବର ୬ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ହିଂସା ତଥାପି ମଧ୍ୟ ଥମିନଥିଲା । ବୁଧବାର ପରିସ୍ଥିତି ଏପରି ବିଗିଡିଥିଲା ଯେ ବିକ୍ଷୋଭକାରୀମାନେ ବିଜେପି କାର୍ଯ୍ୟାଳୟ ଏବଂ ସିଆରପିଏଫ୍ ଗାଡିରେ ନିଆଁ ଲଗାଇ ଦେଇଥିଲେ ।
Post Views: 21
More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…