ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ( ଫଟୋ —————————————- ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ ନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପ୍ରଜ୍ବଳନ କରି ବୈଠକ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବାକୁ ସରକାର ସଦାସର୍ବଦା ପ୍ରୟାସ ଜାରି ରଖିଛନ୍ତି । ଚିନ୍ତାମୁକ୍ତ ରହି କିପରି ଛାତ୍ର ଛାତ୍ରୀ ଶିକ୍ଷାର ଅଭିବୃଦ୍ଧି ହୋଇ ପାରିବ ସେଥି ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ବିଦ୍ୟାର୍ଥୀ ମାନଙ୍କ ଉତ୍ତମ ପାଠ ପଢ଼ା ପାଇଁ ବହି , ଖାଦ୍ୟ , ବସ୍ତ୍ର, ଜୋତା , ସାଇକେଲ ପ୍ରଭୃତି ସରକାର ଯୋଗାଇ ଦେଉଛନ୍ତି । ସେଥି ପାଇଁ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ପାଠ ପଢା କ୍ଷେତ୍ରରେ ପଛୁଆ ରହିଯାଉଥିବା ପିଲାଙ୍କୁ କିପରି ଅଧିକ ଗୁରୁତ୍ଵ ଦେଇ ଶିକ୍ଷାର ମାନ ବୃଦ୍ଧି ପାଇବ ସେ ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ପିଲାଙ୍କ ପାଠ ପଢା ସାଙ୍ଗକୁ ସେମାନଙ୍କର ମଧ୍ୟାହ୍ନ ଭୋଜନ ପ୍ରତି ଦୃଷ୍ଟି ରଖିବାକୁ ବ୍ଲକ ଶିକ୍ଷାଧିକାରିଣୀ ଶ୍ରୀମତୀ ନାୟକ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ । ମୌଳିକ ସଂଖ୍ୟା ଗଣନା ଓ ଲିଖନ ପଠନ ,ମୌଳିକ ଭାଷା ଜ୍ଞାନ ଲିଖନ ଓ ପଠନ , ଏଥି ପାଇଁ ପ୍ରୋଜେକ୍ଟର ଲାଗିବା ଉପରେ ଉକ୍ତ ବୈଠକର ଆଭିମୁଖ୍ୟ ରହିଥିଲା । ଅତିରିକ୍ତ ଶିକ୍ଷାଧିକାରୀ ସତ୍ୟବ୍ରତ ସାହୁ ,ସଂଯୁକ୍ତା ସାମଲ , ତରଣୀ କୁମାର ସିଂହ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଭୂତିଆ ଙ୍କ ସହଯୋଗରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅଜିତ୍ କୁମାର ଦାସ, ଦିଲ୍ଲୀପ କୁମାର ବେହେରା ସମେତ ବ୍ଲକର ସିଆରସିସି ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ବ୍ଲକ ବିଇଓ ଶ୍ରୀମତୀ ନାୟକ ମଧ୍ୟାହ୍ନ ଭୋଜନ ପରଖିଥିଲେ । ପରିଶେଷରେ ଅତିରିକ୍ତ ଶିକ୍ଷାଧିକାରୀ ସତ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରି ବୈଠକକୁ ସାଙ୍ଗ କରିଥିଲେ । ( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ ) admin September 25, 2025 Spread the love Post Views: 0 Continue Reading Previous: ଲେହରେ ୧୬୩ ଧାରା ଲାଗୁ: ଆଜି କାର୍ଗିଲ ବନ୍ଦ—Next: ଶିଶୁ ମୃତ୍ୟୁ ଅଭିଯୋଗରେ ନୟାଗଡ ମେଡିକାଲରେ ଉତ୍ତେଜନା— Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ