କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ ଖବର ନ ମିଳିବାରୁ ବାଳାଶ୍ରମ ପକ୍ଷରୁ ନନ୍ଦ କିଶୋର ପତି ଥାନାରେ ଅଭିଯୋଗ କରିଛନ୍ତି।
ପୋଲିସ ଏକ ମାମଲା (ନଂ. ୩୧୮/୨୦୨୬) ରୁଜୁ କରି ଛାତ୍ରଙ୍କୁ ଖୋଜାଖୋଜି ଆରମ୍ଭ କରିଛି। ପୋଲିସ ସୂଚନା ଅନୁଯାୟୀ, ନିଖୋଜ ଛାତ୍ର ଯାଜପୁର ଜିଲା କୋରେଇ ଥାନା ଭାଲୁକହୁଡ଼ି ଗ୍ରାମର ବୋଲି ଜଣାପଡ଼ିଛି। ଅଭିଯୋଗକାରୀ ବାଳାଶ୍ରମର ନନ୍ଦ କିଶୋର ପତି କହିଛନ୍ତି, ଉକ୍ତ ଛାତ୍ର ଜଣକ ପୂର୍ବରୁ ଅନେକ ଥର ଲୁଚିକି ପଳାଇଛନ୍ତି। ପରେ ତାଙ୍କୁୁ ଖୋଜିକି ଆଣାଯାଇଛି। ଏ ବାବଦରେ ବିଭିନ୍ନ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି।

More Stories
ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ
ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍ଇ-ଠିକାଦାର ଗିରଫ
ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’