୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ଘନଶ୍ୟାମ ନାୟକ(୩୮)।
ପୋଲିସ ସୂଚନା ମୁତାବକ, ଦେବଗଡ଼ ଥାନା ବାସୁଦେବପୁର ଗ୍ରାମର ଘନଶ୍ୟାମ ନାୟକ(୩୮) ନାମକ ଜଣେ ବିବାହିତ ଯୁବକ ପ୍ରଲୋଭନ ଦେଖାଇ ଜଣେ ୪ ବର୍ଷର ନାବାଳିକାଙ୍କୁ ଘରକୁ ଡାକିନେଇ ଅସଦାଚରଣ କରିଥିଲେ। ପରେ ନାବାଳିକାଙ୍କୁ ଏକ କୁର୍କୁରେ ପ୍ୟାକେଟ ଦେଇ ଘରକୁ ପଠାଇ ଦେଇଥିଲା ।
ନାବାଳିକା ଜଣକ ଘରକୁ ଆସି ମା’, ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରିବାର ଲୋକେ ଏହା ଜାଣି ଘନଶ୍ୟାମଙ୍କ ଘରକୁ ଆସି ପଚରାଉଚରା କରିଥିଲେ। ହେଲେ ଘନଶ୍ୟାମ ଏବଂ ତାଙ୍କ ସ୍ତ୍ରୀ କଥାକୁ ଅସ୍ବୀକାର କରିଥିଲେ । ଏନେଇ ନାବାଳିକାଙ୍କ ମା’ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୋଲିସ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ଘନଶ୍ୟାମଙ୍କ ବିରୋଧରେ ଏକ(ନଂ.୩୮୨/୨୬) ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ନାବାଳିକାଙ୍କ ବୟାନ ରେକର୍ଡ କରିବା ସହିତ ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତ ଘନଶ୍ୟାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

More Stories
ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ
ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍ଇ-ଠିକାଦାର ଗିରଫ
ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’