August 7, 2026

Now Odisha

Now Odisha

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

Spread the love

ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ (ମୋଟ୍ ୬ ଘଣ୍ଟା) ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ବନ୍ଦ ରହିବ। ଟିପି ଡବ୍ଲୂଓଡିଏଲ୍ (TPWODL) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ବିଦ୍ୟୁତ୍ କାଟ୍ ଯୋଗୁଁ ସହରର ବିଭିନ୍ନ ପ୍ରଶାସନିକ ଓ ଶିକ୍ଷାନୁଷ୍ଠାନ ଅଞ୍ଚଳ ଯେପରିକି ଏସପି ଅଫିସ୍ ଓ ମୁଖ୍ୟ ରାସ୍ତା, ସିଭିଲ୍ କୋର୍ଟ ଅଞ୍ଚଳ, ସରକାରୀ ବସଷ୍ଟାଣ୍ଡ, ମହିଳା ମହାବିଦ୍ୟାଳୟ, କଲେଜ୍ ରୋଡ୍, ଟିଏଫ୍ କଲେଜ୍ ଗଳି, ଜର୍ଜ୍ ହାଇସ୍କୁଲ୍ ଅଞ୍ଚଳ ଏବଂ ସରକାରୀ ହସ୍ପିଟାଲ୍ ଓ ହସ୍ପିଟାଲ୍ ରୋଡ୍ ପ୍ରଭାବିତ ହେବ।

ସେହିପରି ମୁଖ୍ୟ ବଜାର ଓ ଜନବହୁଳ ଅଞ୍ଚଳ ମଧ୍ୟରେ ଥାନାଛକ, ହାଟପଦା, ଧର୍ମଶାଳା, କାଳୀ ମନ୍ଦିର, ମିନି ଷ୍ଟାଡିୟମ୍, ଗଜାନନ କମ୍ପ୍ଲେକ୍ସ, ମୀରା ହୋଟେଲ୍ ପଛ ପାର୍ଶ୍ୱ, ମହାରାଜା ହୋଟେଲ୍, ମିଶ୍ର କମ୍ପ୍ଲେକ୍ସ ଏବଂ ଖଜୁରଟିକ୍ରା ଅଞ୍ଚଳରେ ବିଦ୍ୟୁତ୍ ସେବା ବନ୍ଦ ରହିବ।

ଏହାବ୍ୟତୀତ ଗୌଡ଼ପଡ଼ା, ମହାନ୍ତିପଡ଼ା, ରଙ୍ଗରପଡ଼ା, ଆରଏମ୍ ପଣ୍ଡା ଗଳି, ଗୋବିନ୍ଦପାଲି ରୋଡ୍, ଶକ୍ତି ନଗର, ମିନି ଷ୍ଟାଡିୟମ୍ ପଛ ପାର୍ଶ୍ୱ, ଷ୍ଟେଟ ବ୍ୟାଙ୍କ୍ ଅଞ୍ଚଳ, ଶିବାନନ୍ଦ ନଗର, ଲୁଲୁ ଡାକ୍ତର ଗଳି, ଗୁହାଳ ପଡ଼ା, ମହାରାଜା କଲୋନୀ, ଗୌରୀ ଶଙ୍କର ମନ୍ଦିର ଅଞ୍ଚଳ, ସେଲଟେକ୍ସ ଅଞ୍ଚଳ, ପୋଲିସ୍ କଲୋନୀ, ଜେଲ୍ ଅଞ୍ଚଳ, ଲେଙ୍ଗୁ ମିଶ୍ର ଚୌକ୍, ବିଶି ପଡ଼ା, ବଙ୍ଗାଳୀ ପଡ଼ା, ଗୋକୁଳ ଧାମ ଏବଂ ବ୍ରହ୍ମକୁମାରୀ ଭଳି ବିଭିନ୍ନ ଆବାସିକ କଲୋନୀ ଓ ପଡ଼ାଗୁଡ଼ିକରେ ମଧ୍ୟ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେବ।

error: Content is protected !!