କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ ଜୁନ ୨୮ତାରିଖ ସକାଳୁ ଦେହାନ୍ତ ଘଟିଥିଲା।ଶୁକ୍ରବାର ତାଙ୍କ ଏକାଦଶ ଅବସର ରେ ମଲ୍ଲିପୋଷି ସ୍ଥିତ ବାସ ଭବନ ରେ ସ୍ମ୍ତତି ସଭା ଆୟୋଜିତ ହୋଇଥିଲା।ଆୟୋଜିତ ସ୍ମୃତି ସଭା ଖବର ଦାତା ସଂଜୟ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭ ରେ ଗୀତା ପାଠ ଓ ନୀରବ ପ୍ରାର୍ଥନା ହୋଇଥିଲା।
ରବୀନ୍ଦ୍ର ବାବୁ ଜଣେ ଅଞ୍ଚଳ ର ଆଦର୍ଶ ଶିକ୍ଷକ ସହ ମିଷ୍ଟଭାଷୀ,ପରୋପକାରି, ଅମାୟୀକ, ବନ୍ଧୁ ବତ୍ସଳ ବ୍ୟକ୍ତିସହ ଅବସର ପରେ ସେ ନିଜକୁ ବହୁ ବିଧ ସାମାଜିକ କଲ୍ୟାଣ ରେ ନିୟୋଜିତ କରିଥିଲେ। ତାଙ୍କ ଉଦ୍ୟମ ରେ ମଲ୍ଲି ପୋଷି ହାଇସ୍କୁଲ୍ , ଵ୍ୟାଙ୍କ ପ୍ରତିଷ୍ଠା,ଲକ୍ଷ୍ମୀ ପୂଜା, ନାମ ଯଜ୍ଞ ଅନୁଷ୍ଠାନ, ପାଟଣା ରେ ଶିକ୍ଷକ ସଂଘ ଭବନ ନିର୍ମାଣ ଆଦି ବହୁ ମୁଖୀ ଉନ୍ନୟନ କାର୍ଯ୍ୟ ହୋଇଥିଲା ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ଜିଲା ସଂପାଦକ କମଳା କାନ୍ତ ପତି, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ପାଟଣା ବ୍ଲକ୍ ପ୍ରତିନିଧି କମଳା କାନ୍ତ ଦାଶ, ଅବସର ପ୍ରାପ୍ତ ବର୍ଷୀୟାନ ଶିକ୍ଷକ ବଳଭଦ୍ର କର, ଶିକ୍ଷାବିତ କୈଳାସ ଚନ୍ଦ୍ର ବାରିକ,ସନାତନ ଦାଶ, କଂଗ୍ରେସ ଲୋକସଭା ପ୍ରାର୍ଥୀ ଇଁ ବିନୋଦ ବିହାରି ନାଏକ, ଅବସରପ୍ରାପ୍ତ ଏ ବି ଈ ଓ ଧରଣିଧର ଦାସ ,ସାମାଜିକ କର୍ମୀ ବିଦ୍ୟାଧର ମହାନ୍ତ, ପ୍ରମୁଖ ଉପସ୍ଥିତ ରହି ରବୀନ୍ଦ୍ର ବାବୁ ଙ୍କ ବହୁବିଧ ପ୍ରତିଭା ଉପରେ ଆଲୋକ ପାତ କରିଥଲେ। ଏହି ଅବସର ରେ ପାଟଣା ର ଅବସର ପ୍ରାପ୍ତ ସରକାରି କର୍ମ ଚାରି ସଂଘ୍ ତରଫରୁ ରବୀନ୍ଦ୍ରଙ୍କ ଉଦ୍ଦେଶ୍ୟ ରେ ତାଙ୍କ ଏକ ମାତ୍ର ପୁତ୍ର ଶିକ୍ଷାବିତ ପାର୍ଥସାରଥୀ ଵେଜ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ଭଜନ ସାମରୋହ ଅନୁଷ୍ଠିତ ହୋଇଥିଲା

More Stories
ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଘଟଣା: ୧୦୦ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ, କାହା ଚାପରେ…
ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା
ସୁନାଗହଣା ଚୋରି ଘଟଣାର ପର୍ଦ୍ଦାଫାଶ: