August 7, 2026

Now Odisha

Now Odisha

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

Spread the love

ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଚାଳଛପର ଘରେ ରହୁଥିବା ଗରୀବ ଲୋକେ ନାକେଦମ ହେଉଛନ୍ତି। ଏହି କ୍ରମରେ ଗୁରୁବାର ରାତିରେ ହୋଇଥିବା ପ୍ରବଳ ବର୍ଷା କୁଲାଡ ଅଞ୍ଚଳରେ ବଡ଼ଧରଣର କ୍ଷତି ଘଟାଇଛି।

କୁଲାଡ ଉପର ବାଗଦେବୀ ପାହାଡ଼ରୁ ପ୍ରବଳ ବର୍ଷା ପାଣି ମାଡ଼ି ଆସି ତଳେ ଥିବା ଜଣେ ଗରିବ ଚାଷୀଙ୍କ ଛେଳି ଗୁହାଳରେ ପଶିଯାଇଥିଲା। ଫଳରେ ଗୁହାଳ ଘରଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗୁହାଳ ଭିତରେ ଥିବା ୧୫ରୁ ଊର୍ଦ୍ଧ୍ୱ ଛେଳି-ମେଣ୍ଢାଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଛେଳି ଗୁରୁତର ଆହତ ହୋଇ ଛଟପଟ ହେଉଛନ୍ତି।

ଶୁକ୍ରବାର ସକାଳେ ଛେଳି ମାଲିକ ଶୁକୁଟା ପାତ୍ର ଗୁହାଳକୁ ଆସିବା ସମୟରେ ଏଭଳି ଦୃଶ୍ୟ ଦେଖି ମର୍ମାହତ ହୋଇପଡ଼ିଥିଲେ। ଶୁକୁଟା ଜଣେ ଅତି ଗରିବ ଚାଷୀ ହୋଇଥିବାରୁ ଏହି ବଡ଼ କ୍ଷତି ପରେ ସରକାରୀ ସ୍ତରରୁ ତାଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

error: Content is protected !!