ଆର୍.ଉଦୟଗିରି ଥାନା ପୋଲିସ ଏକ ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଆର୍ ଉଦୟଗିରି ଖ୍ରୀଷ୍ଟିଆନ ସାହି ବାସିନ୍ଦା ଝୁମ୍ପି ରଇତ ଗୁରୁବାର ତାଙ୍କ ବଡ଼ବାପାଙ୍କ ଅସୁସ୍ଥତା ଖବର ପାଇ ସ୍ବାମୀଙ୍କ ସହ ଲୁହାଖୁଣ୍ଟି ଗ୍ରାମକୁ ଯାଇଥିଲେ। ସେହି ସମୟରେ ଘରେ ରଖିଥିବା ପ୍ରାୟ ଦେଢ଼ ଭରି ସୁନା ହାର ଓ ୧୨ ଅଣା ଓଜନର ସୁନା କାନଫୁଲ ଚୋରି ହୋଇଯାଇଥିଲା।
ଝୁମ୍ପି ରଇତଙ୍କ ଥାନାରେ ଅଭିଯୋଗ ଆଧାରରେ ଆର୍.ଉଦୟଗିରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଅଭିଯୋଗ କରିଥିବା ଝୁମ୍ପି ରଇତଙ୍କ ଭିଣୋଇ ସମୀର ଲିମା ଏହି ଚୋରି କରିଥିବା ଜଣାପଡ଼ିଥିଲା। ଅଭିଯୁକ୍ତଠାରୁ ପୋଲିସ ଚୋରି ହୋଇଥିବା ସୁନାକୁ ଜବତ କରିବା ସହ ଅଭିଯୁକ୍ତ ସମୀର ଲିମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଜବତ ହୋଇଥିବା ସମସ୍ତ ସୁନା ଝୁମ୍ପୀ ରଇତଙ୍କୁ ଦିଆଯିବ ବୋଲି ଆର୍ ଉଦୟଗିରି ଥାନା ଅଧିକାରିଣୀ କଳ୍ପଲତା ପ୍ରଧାନ ସୂଚନା ଦେଇଛନ୍ତି।

More Stories
ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଘଟଣା: ୧୦୦ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ, କାହା ଚାପରେ…
ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା
ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ