ଅଗ୍ନି ମିସାଇଲର ପରୀକ୍ଷଣପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମିଳିଛି ଐତିହାସିକ ସଫଳତା। ଜଳ, ସ୍ଥଳ ଓ ଆକାଶ ପରେ ଟ୍ରେନରୁ ଲଞ୍ଚ ହୋଇଛି ଘାତକ ଅଗ୍ନି ମିସାଇଲ୍। ଡିଆରଡିଓ(DRDO) ପକ୍ଷରୁ ପ୍ରଥମଥର ପାଇଁ ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ ଟ୍ରେନରୁ କରାଯାଇଛି।ଉତକ୍ଷେପଣ ହୋଇଥିବା ଏହି ଅଗ୍ନି ପ୍ରାଇମ ମିସାଇଲର ଲକ୍ଷ୍ୟଭେଦୀ କ୍ଷମତା ୨ ହଜାର କିଲୋମିଟର। ଏହାକୁ ରେଳ ଭିତ୍ତିକ ମୋବାଇ ଲଂଚର ସିଷ୍ଟମରୁ ଲଞ୍ଚ କରାଯାଇଛି। ଏହା ସଫଳ ହୋଇଥିବାରୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତିକୁ ଆହୁରି ମଜବୁତ କରିଛି।କାରଣ ଏବେ ଦେଶର ରେଳ ଟ୍ରାକରୁ ଶତ୍ରୁ ପକ୍ଷ ଉପରେ ମିସାଇଲ ମାଡ଼ କରିବାକୁ ଭାରତ ସକ୍ଷମ ହୋଇଯାଇଛି। ସେପ୍ଟେମ୍ବର ୨୪ ରାତି ସମୟରେ ଏପରି ପରୀକ୍ଷଣ କରାଯାଇଥିଲା। ଏହା ସଫଳ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଛନ୍ତି। ସେହିପରି ଟ୍ରେନ୍ର ମୋବାଇଲ ଲଞ୍ଚରରୁ ଅଗ୍ନି ପ୍ରାଇମ ମିସାଇଲର ଉତକ୍ଷେପଣ ବେଳର ଭିଡିଓକୁ ମଧ୍ୟ ସେ ଶେୟାର କରିଛନ୍ତି। - Now Odisha
Skip to content
Post Views: 16
error: Content is protected !!
More Stories
ପୋଖରୀରେ ପଡି ଶିଶୁ ମୃତ |
ଏଲପିଜି ନିୟନ୍ତ୍ରଣ ଆଦେଶ ପିଏନଜି ସଂଯୋଗ ଥିବା ଉପଭୋକ୍ତାଙ୍କ ଦ୍ୱାରା ଏଲପିଜି ସଂଯୋଗ ତ୍ୟାଗକୁ ବାଧ୍ୟତାମୂଳକ କରିଛି |
ଘୂର୍ଣ୍ଣିଝଡ଼ ତାଣ୍ଡବ: ୨ ମୃତ |