ଭୁବନେଶ୍ୱର : ସ୍ୱଚ୍ଛତା ହିଁ ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମେୟର ଏବଂ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀ ସଫେଇ କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ‘ଏକ୍ ପେଡ୍ ମା କେ ନାମ୍ ୨.୦’ କାର୍ଯ୍ୟକ୍ରମ ଅଧିନରେ ସ୍ଥାନୀୟ ଦେବୀପାଦହରା ପୁଷ୍କରିଣୀ ନିକଟରେ ବୃକ୍ଷରୋପଣ କରିଥିଲେ।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉଦ୍ବୋଧନ ଦେଇ କହିଥିଲେ ଯେ, ଆଜିର ଦିନଟି ସାଧାରଣ ଦିନ ନୁହେଁ, ଏହା ଆମ ଦେଶର ମହାନ ଚିନ୍ତକ, ରାଷ୍ଟ୍ରଭକ୍ତ ଓ ଆଦର୍ଶବାଦୀ ନେତାଙ୍କୁ ସ୍ମରଣ କରି ତାଙ୍କ ମୂଲ୍ୟବୋଧ ଓ ନୀତିକୁ ଆଗାମୀ ପିଢି ସମ୍ମୁଖରେ ଉପସ୍ଥାପିତ କରିବାର ଅବସର ଅଟେ। ଭାରତୀୟ ସାଂସ୍କୃତିକ ବିଚାରଧାରା ସହିତ ସ୍ୱତନ୍ତ୍ର ଅର୍ଥନୈତିକ ଚିନ୍ତାଧାରାର ପ୍ରସାର କ୍ଷେତ୍ରରେ ଯଦି କାହାର ସର୍ବାଧିକ ଅବଦାନ ଥାଏ ସେ ହେଉଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ। ଏକାତ୍ମ ମାନବବାଦରେ ସେ ବିଶ୍ୱାସ କରୁଥିଲେ ।ତାଙ୍କର ଚିନ୍ତାଧାରା ଥିଲା ଅନ୍ତ୍ୟୋଦୟ ଅର୍ଥାତ ସମାଜର ସବୁଠୁ ଶେଷ ସୀମାରେ ଥିବା ମଣିଷ ପର୍ଯ୍ୟନ୍ତ ଉନ୍ନତିର ଆଲୋକ ପହଞ୍ଚିବା ଆବଶ୍ୟକ। ଦୀନଦୟାଲଙ୍କ ଆଦର୍ଶକୁ ପାଥେୟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଦେଶରେ ସୁଶାସନ ପ୍ରତିଷ୍ଠା କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ପଣ୍ଡିତ ଦୀନଦୟାଲଙ୍କ ସବୁଠାରୁ ବଡ ଉପାସକ ହେଉଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ଓ ଯୋଜନା ସମାଜର ଶେଷ ପାହଚରେ ଥିବା ଗରିବ ଓ ନିଃସହାୟଙ୍କ ପ୍ରତି ଉତ୍ସର୍ଗୀକୃତ। admin September 25, 2025 Spread the love Post Views: 0 Continue Reading Previous: ବାୟୁସେନାକୁ ମିଳିବ ୯୭ ଯୁଦ୍ଧ ବିମାନ, ହାଲ ସହ ୬୨ ହଜାର କୋଟିର ଚୁକ୍ତି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ…Next: ଅଗ୍ନି ମିସାଇଲର ପରୀକ୍ଷଣପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମିଳିଛି ଐତିହାସିକ ସଫଳତା। ଜଳ, ସ୍ଥଳ ଓ ଆକାଶ ପରେ ଟ୍ରେନରୁ ଲଞ୍ଚ ହୋଇଛି ଘାତକ ଅଗ୍ନି ମିସାଇଲ୍। ଡିଆରଡିଓ(DRDO) ପକ୍ଷରୁ ପ୍ରଥମଥର ପାଇଁ ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ ଟ୍ରେନରୁ କରାଯାଇଛି।ଉତକ୍ଷେପଣ ହୋଇଥିବା ଏହି ଅଗ୍ନି ପ୍ରାଇମ ମିସାଇଲର ଲକ୍ଷ୍ୟଭେଦୀ କ୍ଷମତା ୨ ହଜାର କିଲୋମିଟର। ଏହାକୁ ରେଳ ଭିତ୍ତିକ ମୋବାଇ ଲଂଚର ସିଷ୍ଟମରୁ ଲଞ୍ଚ କରାଯାଇଛି। ଏହା ସଫଳ ହୋଇଥିବାରୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତିକୁ ଆହୁରି ମଜବୁତ କରିଛି।କାରଣ ଏବେ ଦେଶର ରେଳ ଟ୍ରାକରୁ ଶତ୍ରୁ ପକ୍ଷ ଉପରେ ମିସାଇଲ ମାଡ଼ କରିବାକୁ ଭାରତ ସକ୍ଷମ ହୋଇଯାଇଛି। ସେପ୍ଟେମ୍ବର ୨୪ ରାତି ସମୟରେ ଏପରି ପରୀକ୍ଷଣ କରାଯାଇଥିଲା। ଏହା ସଫଳ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଛନ୍ତି। ସେହିପରି ଟ୍ରେନ୍ର ମୋବାଇଲ ଲଞ୍ଚରରୁ ଅଗ୍ନି ପ୍ରାଇମ ମିସାଇଲର ଉତକ୍ଷେପଣ ବେଳର ଭିଡିଓକୁ ମଧ୍ୟ ସେ ଶେୟାର କରିଛନ୍ତି। Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ