January 25, 2026

Now Odisha

Now Odisha

ଲଦାଖରେ ଜାରି ହିଂସାକୁ ନେଇ ଟାର୍ଗେଟକୁ ଆସିଛନ୍ତି ସୋନମ ଓ୍ବାଙ୍ଗଚୁକ। ହିଂସା ପାଇଁ ସୋନମଙ୍କ ଓ୍ବାଙ୍ଗଚୁକଙ୍କୁ ଦାୟୀ କରିଛନ୍ତି ସରକାର। ଅନ୍ୟପଟେ ସିବିଆଇ ସୋନମ ଏବଂ ତାଙ୍କ...

ଯୋଡ଼ା ଲଘୁଚାପ ପାଇଁ ରାଜ୍ୟର ବିଭିନ୍ନ ଜିଲା​‌ରେ ବର୍ଷା ଜାରି ରହିଛି। ଗୋଟିଏ ଲଘୁଚାପ ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ...

---ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ପାଇଁ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୬ରୁ ପ୍ଲଟ ଲାଗି ଆବେଦନ ଆରମ୍ଭ ହେବ। ଏ ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ...

ଅଗ୍ନି ମିସାଇଲର ପରୀକ୍ଷଣପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମିଳିଛି ଐତିହାସିକ ସଫଳତା। ଜଳ, ସ୍ଥଳ ଓ ଆକାଶ ପରେ ଟ୍ରେନରୁ ଲଞ୍ଚ ହୋଇଛି ଘାତକ ଅଗ୍ନି ମିସାଇଲ୍। ଡିଆରଡିଓ(DRDO) ପକ୍ଷରୁ ପ୍ରଥମଥର ପାଇଁ ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ ଟ୍ରେନରୁ କରାଯାଇଛି।ଉତକ୍ଷେପଣ ହୋଇଥିବା ଏହି ଅଗ୍ନି ପ୍ରାଇମ ମିସାଇଲର ଲକ୍ଷ୍ୟଭେଦୀ କ୍ଷମତା ୨ ହଜାର କିଲୋମିଟର। ଏହାକୁ ରେଳ ଭିତ୍ତିକ ମୋବାଇ ଲଂଚର ସିଷ୍ଟମରୁ ଲଞ୍ଚ କରାଯାଇଛି। ଏହା ସଫଳ ହୋଇଥିବାରୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତିକୁ ଆହୁରି ମଜବୁତ କରିଛି।କାରଣ ଏବେ ଦେଶର ରେଳ ଟ୍ରାକରୁ ଶତ୍ରୁ ପକ୍ଷ ଉପରେ ମିସାଇଲ ମାଡ଼ କରିବାକୁ ଭାରତ ସକ୍ଷମ ହୋଇଯାଇଛି। ସେପ୍ଟେମ୍ବର ୨୪ ରାତି ସମୟରେ ଏପରି ପରୀକ୍ଷଣ କରାଯାଇଥିଲା। ଏହା ସଫଳ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ସୂଚନା ଦେଇଛନ୍ତି। ସେହିପରି ଟ୍ରେନ୍‌ର ମୋବାଇଲ ଲଞ୍ଚରରୁ ଅଗ୍ନି ପ୍ରାଇମ ମିସାଇଲର ଉତକ୍ଷେପଣ ବେଳର ଭିଡିଓକୁ ମଧ୍ୟ ସେ ଶେୟାର କରିଛନ୍ତି।

ଭୁବନେଶ୍ୱର : ସ୍ୱଚ୍ଛତା ହିଁ ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମେୟର ଏବଂ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀ ସଫେଇ କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ‘ଏକ୍ ପେଡ୍ ମା କେ ନାମ୍ ୨.୦’ କାର୍ଯ୍ୟକ୍ରମ ଅଧିନରେ ସ୍ଥାନୀୟ ଦେବୀପାଦହରା ପୁଷ୍କରିଣୀ ନିକଟରେ ବୃକ୍ଷରୋପଣ କରିଥିଲେ।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆଜିର ଦିନଟି ସାଧାରଣ ଦିନ ନୁହେଁ, ଏହା ଆମ ଦେଶର ମହାନ ଚିନ୍ତକ, ରାଷ୍ଟ୍ରଭକ୍ତ ଓ ଆଦର୍ଶବାଦୀ ନେତାଙ୍କୁ ସ୍ମରଣ କରି ତାଙ୍କ ମୂଲ୍ୟବୋଧ ଓ ନୀତିକୁ ଆଗାମୀ ପିଢି ସମ୍ମୁଖରେ ଉପସ୍ଥାପିତ କରିବାର ଅବସର ଅଟେ।  ଭାରତୀୟ ସାଂସ୍କୃତିକ ବିଚାରଧାରା ସହିତ ସ୍ୱତନ୍ତ୍ର ଅର୍ଥନୈତିକ ଚିନ୍ତାଧାରାର ପ୍ରସାର କ୍ଷେତ୍ରରେ ଯଦି କାହାର ସର୍ବାଧିକ ଅବଦାନ ଥାଏ ସେ ହେଉଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ। ଏକାତ୍ମ ମାନବବାଦରେ ସେ ବିଶ୍ୱାସ କରୁଥିଲେ ।ତାଙ୍କର ଚିନ୍ତାଧାରା ଥିଲା ଅନ୍ତ୍ୟୋଦୟ ଅର୍ଥାତ ସମାଜର ସବୁଠୁ ଶେଷ ସୀମାରେ ଥିବା ମଣିଷ ପର୍ଯ୍ୟନ୍ତ ଉନ୍ନତିର ଆଲୋକ ପହଞ୍ଚିବା ଆବଶ୍ୟକ। ଦୀନଦୟାଲଙ୍କ ଆଦର୍ଶକୁ ପାଥେୟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଦେଶରେ ସୁଶାସନ ପ୍ରତିଷ୍ଠା କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ପଣ୍ଡିତ ଦୀନଦୟାଲଙ୍କ ସବୁଠାରୁ ବଡ ଉପାସକ ହେଉଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ଓ ଯୋଜନା ସମାଜର ଶେଷ ପାହଚରେ ଥିବା ଗରିବ ଓ ନିଃସହାୟଙ୍କ ପ୍ରତି ଉତ୍ସର୍ଗୀକୃତ।

---ଭାରତୀୟ ବାୟୁସେନାକୁ ମିଳିବ ୯୭ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ବା ଲଢ଼ୁଆ ବିମାନ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ହାଲ) ସହିତ ୬୨ ହଜାର...

ନୟାଗଡ଼ : ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତରଙ୍କ ଚିକିତ୍ସା ଅବହେଳା ଅଭିଯୋଗରେ ସମ୍ପର୍କୀୟ -ପୁଲିସ୍ ମୁହାଁମୁହିଁ...

ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ( ଫଟୋ —————————————- ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ ନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପ୍ରଜ୍ବଳନ କରି ବୈଠକ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବାକୁ ସରକାର ସଦାସର୍ବଦା ପ୍ରୟାସ ଜାରି ରଖିଛନ୍ତି । ଚିନ୍ତାମୁକ୍ତ ରହି କିପରି ଛାତ୍ର ଛାତ୍ରୀ ଶିକ୍ଷାର ଅଭିବୃଦ୍ଧି ହୋଇ ପାରିବ ସେଥି ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ବିଦ୍ୟାର୍ଥୀ ମାନଙ୍କ ଉତ୍ତମ ପାଠ ପଢ଼ା ପାଇଁ ବହି , ଖାଦ୍ୟ , ବସ୍ତ୍ର, ଜୋତା , ସାଇକେଲ ପ୍ରଭୃତି ସରକାର ଯୋଗାଇ ଦେଉଛନ୍ତି । ସେଥି ପାଇଁ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ପାଠ ପଢା କ୍ଷେତ୍ରରେ ପଛୁଆ ରହିଯାଉଥିବା ପିଲାଙ୍କୁ କିପରି ଅଧିକ ଗୁରୁତ୍ଵ ଦେଇ ଶିକ୍ଷାର ମାନ ବୃଦ୍ଧି ପାଇବ ସେ ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ପିଲାଙ୍କ ପାଠ ପଢା ସାଙ୍ଗକୁ ସେମାନଙ୍କର ମଧ୍ୟାହ୍ନ ଭୋଜନ ପ୍ରତି ଦୃଷ୍ଟି ରଖିବାକୁ ବ୍ଲକ ଶିକ୍ଷାଧିକାରିଣୀ ଶ୍ରୀମତୀ ନାୟକ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ । ମୌଳିକ ସଂଖ୍ୟା ଗଣନା ଓ ଲିଖନ ପଠନ ,ମୌଳିକ ଭାଷା ଜ୍ଞାନ ଲିଖନ ଓ ପଠନ , ଏଥି ପାଇଁ ପ୍ରୋଜେକ୍ଟର ଲାଗିବା ଉପରେ ଉକ୍ତ ବୈଠକର ଆଭିମୁଖ୍ୟ ରହିଥିଲା । ଅତିରିକ୍ତ ଶିକ୍ଷାଧିକାରୀ ସତ୍ୟବ୍ରତ ସାହୁ ,ସଂଯୁକ୍ତା ସାମଲ , ତରଣୀ କୁମାର ସିଂହ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଭୂତିଆ ଙ୍କ ସହଯୋଗରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅଜିତ୍ କୁମାର ଦାସ, ଦିଲ୍ଲୀପ କୁମାର ବେହେରା ସମେତ ବ୍ଲକର ସିଆରସିସି ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ବ୍ଲକ ବିଇଓ ଶ୍ରୀମତୀ ନାୟକ ମଧ୍ୟାହ୍ନ ଭୋଜନ ପରଖିଥିଲେ । ପରିଶେଷରେ ଅତିରିକ୍ତ ଶିକ୍ଷାଧିକାରୀ ସତ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରି ବୈଠକକୁ ସାଙ୍ଗ କରିଥିଲେ । ( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ )

---କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ଜୋର ଧରିଛି । ବୁଧବାରଠାରୁ ଲେହରେ ଆରମ୍ଭ ହୋଇଥିବା ଜେନ୍‍-ଜେଡ୍‍ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି ।...

error: Content is protected !!