January 25, 2026

Now Odisha

Now Odisha

ହମାସ କବଳରେ ଦୀର୍ଘ ଦୁଇ ବର୍ଷ ହେଲା ପଣବନ୍ଦୀ ହୋଇଥିବା ଇସ୍ରାଏଲ ନାଗରିକମାନେ ଶେଷରେ ଗାଜାରୁ ମୁକୁଳିଛନ୍ତି। ଏହାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି। ଏଥିସହ କ୍ଷେତ୍ରୀୟ ଶାନ୍ତି ପ୍ରତିଷ୍ଠା ଦିଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୁଥିବା ପ୍ରୟାସକୁ ମୋଦି ସମର୍ଥନ କରିଛନ୍ତି।ସେ କହିଛନ୍ତି ଯେ “ଆମେ ଦୁଇ ବର୍ଷରୁ ଅଧିକ ସମୟ ହେଲା ପଣବନ୍ଦୀ ହୋଇ ରହିଥିବା ସମସ୍ତ ବନ୍ଧକଙ୍କ ମୁକ୍ତିକୁ ସ୍ୱାଗତ କରୁଛୁ। ସେମାନଙ୍କ ଆଜାଦୀ ସେମାନଙ୍କ ପରିବାର ଲୋକଙ୍କ ସାହାସ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅତୁଟ ଶାନ୍ତି ପ୍ରୟାସ ଓ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦୃଢ଼ ସଂକଳ୍ପର ପ୍ରତୀକ। ଆମେ କ୍ଷେତ୍ରୀୟ ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରୟାସକୁ ସମର୍ଥନ କରୁଛୁ।”ଗାଜା ଶାନ୍ତି ଡିଲ ଅନୁସାରେ ହମାସ ପକ୍ଷରୁ ଇସ୍ରାଏଲ ର ସମସ୍ତ ୨୦ ଜୀବିତ ପଣବନ୍ଦୀଙ୍କୁ ଆଜି ମୁକ୍ତ କରାଯାଇଛି। ଏଥିସହ ଇସ୍ରାଏଲ ଓ ହମାସ ମଧ୍ୟରେ ୨୦୨୩ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଏକପ୍ରକାରର ପୂର୍ଣ୍ଣଚ୍ଛେଦ ପଡ଼ିବାର ବାଟ ଫିଟିଛି। ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲରେ ଭୟଙ୍କର ହମଲା କରାଯାଇଥିଲେ। ଏଥିରେ ୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।ହମାସ ନିଜ ସହ ୨୫୧ ଜଣଙ୍କୁ ବନ୍ଧକ ବନାଇ ଗାଜା ନେଇ ଯାଇଥିଲା। ସେବେ ଠାରୁ ହମାସର ମୂଳପୋଛ କରିବାକୁ ଇସ୍ରାଏଲ ଗାଜାରେ ହମଲା କରି ଚାଲିଥିଲା। ଏଥିରେ ଅନେକ ସାଧାରଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି।ଶତାଧିକ ହମାସ ସଦସ୍ୟ ମଧ୍ୟ ନିହତ ହୋଇଥିଲେ। ଦୀର୍ଘ ୨ ବର୍ଷ ପରେ ଟ୍ରମ୍ପଙ୍କ ପ୍ରୟାସ ଯୋଗୁ ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଚୁକ୍ତି କାର୍ଯ୍ୟକାରୀ ହୋଇଛି। ଏହାପୂର୍ବରୁ ମଧ୍ୟ ମଧ୍ୟବର୍ତ୍ତୀ କାଳୀନ ଶାନ୍ତି ଚୁକ୍ତି ବଳରେ ହମାସ କିଛି ପଣବନ୍ଦୀଙ୍କୁ ରିଲିଜ କରିଥିଲା। ଏବେ ଶେଷ ପର୍ଯ୍ୟାୟରେ ବାକି ୨୦ ଜଣ ମୁକ୍ତ ହୋଇଛନ୍ତି।ଇସ୍ରାଏଲ ମଧ୍ୟ ହଜାର ହଜାର ପାଲେଷ୍ଟାଇନ ନାଗରିକଙ୍କୁ ଶାନ୍ତି ଚୁକ୍ତି ଅନୁସାରେ ଜେଲରୁ ଖଲାସ କରିଛି।

ଆନ୍ତର୍ଜାତୀୟ ଡକ୍ଟରେଟ ଇନ ହ୍ୟୁମାନ ରାଇଟ ଆୱାର୍ଡ ଓ ଅଲ ଇଣ୍ଡିଆ କଞ୍ଜୁମର ୱେଲଫେଆର କାଉନସିଲ ପକ୍ଷରୁ ଭୁନେଶ୍ବରରେ ହେଉଥିବା ଜାତୀୟ ସଭା ରେ ସମ୍ବର୍ଦ୍ଧିତ କରା...

ଦିଲ୍ଲୀ ଏମ୍ସ ରୁ ନିଲମ୍ବିତ ହୋଇଛନ୍ତି ‌ଓଡ଼ିଆ ସର୍ଜନ ଡାକ୍ତର ଅକ୍ଷୟ କୁମାର ବିଷୋୟୀ। ସେ ଦିଲ୍ଲୀ ଏମ୍ସରେ କାର୍ଡିଓ ଥରୋସିସ ଓ ଭସ୍କୁଲାର ସର୍ଜରୀ ବା ସିଟିଭିଏସ୍‌ ବିଭାଗ ମୁଖ୍ୟ ରହିଥିଲେ। ଜଣେ ଅଭିଜ୍ଞ ଡାକ୍ତର ଭାବେ ପୂରା ଦେଶରେ ସେ ପରିଚିତ। କିନ୍ତୁ ଜଣେ ମହିଳା ନର୍ସିଂ ଅଫିସରଙ୍କୁ ନିର୍ଯାତନା ଓ ହଇରାଣ କରିବା ଅଭିଯୋଗରେ ତାଙ୍କ ଏମ୍ସ ପକ୍ଷରୁ ନିଲମ୍ବିତ କରାଯାଇଛି।ଏମ୍ସର ନର୍ସ ୟୁନିୟନ ଏକାଧିକ ଥର ଡାକ୍ତର ବିଷୋୟୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲା। ଏହି ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓରେ ପହଞ୍ଚିଥିଲା। ଏହାମଧ୍ୟରେ ଯୌନ ନିର୍ଯାତନା, ଅଭଦ୍ରା ଭାଷା ଓ କାର୍ଯ୍ୟାଳୟରେ ଭୟଭୀତ କରାଇବା ଭଳି ଅଭିଯୋଗ ରହିଥିଲା। ଡାକ୍ତର ବିଷୋୟୀଙ୍କ ବିରୋଧରେ ଅଭିଯୋଗ ପିଏମଓରେ ପହଞ୍ଚିବା ପରେ ଏମ୍ସ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଡାକ୍ତର ବିଷୋୟୀ ନିଲମ୍ବିତ ହୋଇଥିବାରୁ ସିଟିଭିଏସ୍‌ ବିଭାଗର ଦାୟିତ୍ୱ ବରିଷ୍ଠ ପ୍ରଫେସର ଡାକ୍ତର ଭି ଦେବଗୋଉରୋଉଙ୍କୁ ଦିଆଯାଇଛି। ସେ ତତ୍କାଳ ଭାବେ ବିଭାଗର ଦାୟିତ୍ୱ ନେଇଛନ୍ତି ଓ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ପଦରେ ରହିବେ। ଏନେଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଏମ ଶ୍ରୀନିବାସ ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍ତି।ଏହି ନିର୍ଦ୍ଦେଶରେ ଜଣେ ମହିଳା ନର୍ସିଂ ଅଫିସର ସେପ୍ଟେମ୍ବର ୩୦ରେ କରିଥିବା ଅଭିଯୋଗକୁ ଉଲ୍ଲେଖ କରାଯାଇଛି। ଏହାସହ ଏମ୍ସ ନର୍ସ ୟୁନିୟନ ପକ୍ଷରୁ ଉପସ୍ଥାପନ କରାଯାଇଥିବା କିଛି ତଥ୍ୟକୁ ଯୋଡ଼ା ଯାଇଛି। ସେପ୍ଟେମ୍ବର ୩୦, ଅକ୍ଟୋବର ୪ ଓ ଅକ୍ଟୋବର ୭ରେ ଏମ୍ସ ନର୍ସ ୟୁନିୟନ ପକ୍ଷରୁ ଡାକ୍ତର ଅକ୍ଷୟ କୁମାର ବିଷୋୟୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା।

ଷ୍ଟକହୋମ,୧୩।୧୦: ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ୨୦୨୫ ସ୍ବେରିଜେସ ରିକ୍ସବ୍ୟାଙ୍କ ପୁରସ୍କାର କିମ୍ବା ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା...

ଅଭିନେତାରୁ ନେତା ବନିଥିବା ବିଜୟଙ୍କ ରାଜନୀତିକ ଶୋଭାଯାତ୍ରାରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ। ତାମିଲନାଡୁ ର କରୁର ଠାରେ ସେପ୍ଟେମ୍ବର ୨୭ରେ ହୋଇଥିବା ଭୟଙ୍କର ଦଳାଚକଟା ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।ବିଜୟଙ୍କ ରାଲିରେ ହୋଇଥିବା ଦଳଚକଟା ରେ ୪୧ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାର ଘଟଣାର ଏସଆଇଟି ତଦନ୍ତ କରୁଛନ୍ତି। ଏସଆଇଟି ଘଟଣାର ତଦନ୍ତ କରୁଥିବା ବେଳେ ବିଜୟଙ୍କ ଦଳ ଟିଭିକେର ଏକାଧିକ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଏସବୁ ଭିତରେ ସର୍ବୋଚ୍ଚ ଅଦାଲତ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଏହି ଘଟଣା ନାଗରିକଙ୍କ ମୌଳିକ ଅଧିକାର ଉପରେ ପ୍ରଭାବ ପକାଇଛି ଓ ଏହା ଜାତୀୟ ଚେତନାକୁ ପୂରା ଦୋହଲାଇ ଦେଇଛି। ଏହାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଆବଶ୍ୟକ। ଗଭୀର ତଦନ୍ତ ସମ୍ପର୍କରେ ଜାଣିବାର ଆବଶ୍ୟକତା ନାଗରିକଙ୍କ ଅଧିକାର ଓ ନିରପେକ୍ଷ ଯାଞ୍ଚ ପାଇଁ କୌଣସି ସନ୍ଦେହ ରହିବା କଥା ନୁହେଁ ବୋଲି କୋର୍ଟ କହିଛନ୍ତି।ସ୍ୱଚ୍ଛତା ବଜାୟୀ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ପୂର୍ବତନ ବିଚାଚରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ସିବିଆଇ ତଦନ୍ତ ଉପରେ ତୀକ୍ଷ୍ଣ ନଜର ରଖିବ। ଜଷ୍ଟିସ ରସ୍ତୋଗୀ କମିଟିରେ ସାମିଲ କରିବା ପାଇଁ ୨ ଜଣ ବରିଷ୍ଠ ଆଇପିଏସଙ୍କୁ ଚୟନ କରିବେ। ସେମାନଙ୍କ ପାହ୍ୟା ଆଇଜିରୁ କମ ହୋଇ ନଥିବ।

ସମ୍ବଲପୁର: ସମ୍ବଲପୁର ଦୁର୍ଗାପାଲି ଠାରେ ନିର୍ମିତ ରେଳବାଇ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାର ଅଭିଯୋଗ କରି ଆଇନଜୀବୀ ପ୍ରଶାନ୍ତ ପାଢ଼ୀ ଗତ ମାସ...

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‍କା ଲାଗିଛି । ଲାଲୁଙ୍କ...

ନୂଆଦିଲ୍ଲୀ,୧୩।୧: ଏଥର ଦୀପାବଳିରେ ପ୍ରାଇଭେଟ୍‌ କର୍ମଚାରୀମାନେ କିଛି ଭଲ ଖବର ପାଇବେ ବୋଲି ଆଶା କରାଯାଉଛି। କର୍ମଚାରୀଙ୍କ ଉନ୍ନତି ପାଇଁ ପରିଚାଳିତ କର୍ମଚାରୀ ପେନସନ ଯୋଜନା ଅଧୀନରେ...

ମାନିଲା, ୧୩ା୧୦:୪୮ତମ ମିସେସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ଉତ୍ତରପ୍ରଦେଶର ଗ୍ରେଟର ନଏଡା ନିବାସୀ ଶେରି ସିଂ ଚଳିତ ବର୍ଷର ପ୍ରତିଷ୍ଠିତ ମିସେସ୍‌ ୟୁନିଭର୍ସ ଟାଇଟଲ...

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ...

error: Content is protected !!