December 13, 2025

Now Odisha

Now Odisha

now odisha

ନୂଆପଡ଼ା,୮ା୧୧ : ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରୋଡ୍‌ ଶୋ’ କରିଛନ୍ତି। ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ୍‌ ଶୋ’ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ାରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି। ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି। ଖାଲି ଭୁବନେଶ୍ୱରରେ ରହି ଆପଣମାନେ ଖୁସି ତ କହିଲେ। ଆଦିବାସୀଙ୍କ ଦୁଃଖ ବୁଝିବ କିଏ? ମୁଁ ଆଦିବାସୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି।ମୁଖ୍ୟମନ୍ତ୍ରୀଙ୍କ ସହିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୁରେଶ ପୂଜାରୀ, ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଏମ୍‌ପି ମାଳବିକା ଦେବୀ ସାମିଲ ହୋଇଛନ୍ତି।

ଜେଲରେ ମିଳୁଛି ହୋଟେଲ ଭଳି ସୁବିଧା। ଦୁଷ୍କର୍ମ, ହତ୍ୟା ଓ ସୁନା ଚୋରା ଚାଲାଣ ଭଳି ଅପରାଧରେ ଜଡ଼ିତ କୁଖ୍ୟାତ ଅପରାଧୀଙ୍କୁ ଜେଲରେ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ମୋବାଇଲ ଠାରୁ ଆରମ୍ଭ କରି ସେମାନଙ୍କ ପାଇଁ ଟିଭି ଉପଲବ୍ଧ ରହିଛି। ସେହିପରି ଜେଲର ବାରାକରେ ନିଜ ଇଚ୍ଛାରେ ଜଣେ କଏଦୀ ରୋଷେଇ କରି ଖାଉଥିବାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।ବେଙ୍ଗାଲୁରୁ ର ପରାପ୍ପନ୍ନା ଅଗ୍ରାହର କେନ୍ଦ୍ରୀୟ ଜେଲ ରୁ ଏପରି ଦୃଶ୍ୟ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରେ ସିରିଏଲ ଦୁଷ୍କର୍ମକାରୀ ତଥା ହତ୍ୟାକାରୀ ଉମେଶ ରେଡ୍ଡୀ ଜେଲ ଭିତରେ ମୋବାଇଲ ବ୍ୟବହାର କରିବା ସହ ବେଧଡ଼କ ଅନ୍ଦାଜରେ ଟିଭି ଦେଖୁଥିବା ଦେଖିବାକୁ ମିଳୁଛି।ରେଡ୍ଡୀ ୨୦ ଜଣ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ଏଥିପାଇଁ ୨୦୦୯ରେ କର୍ଣ୍ଣାଟକା ହାଇକୋର୍ଟ ତାକୁ ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୧୧ରେ ସୁପ୍ରିମକୋର୍ଟ ଏହାକୁ କାଏମ ରଖିଥିଲେ। କିନ୍ତୁ ଏହାପରେ ସେ କ୍ଷମା ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ସୁପ୍ରିମକୋର୍ଟ ତା’ର ମୃତ୍ୟୁଦଣ୍ଡକୁ ୨୦୨୨ରେ ୩୦ ବର୍ଷର ଜେଲଦଣ୍ଡରେ ବଦଳାଇ ଦେଇଥିଲେ।ସେ ଏବେ ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲରେ ରହିଛି। ସେଠାରେ ତା’କୁ ରାଜକୀୟ ସୁବିଧା ସୁଯୋଗ ମିଳୁଛି। ସାମ୍ନାକୁ ଆସିଥିବା ଭିଡିଓରେ ଉମେଶ ରେଡ୍ଡୀ ୨ଟି ସ୍ମାର୍ଟଫୋନ ଓ ଗୋଟିଏ କିପ୍ୟାଡ ମୋବାଇଲ ଜେଲ ଭିତରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଜେଲ କର୍ତ୍ତୃପକ୍ଷ ମଧ୍ୟ ଏ ସମ୍ପର୍କରେ ବେଶ ଅବଗତ ରହିଛନ୍ତି। ସେ ରହୁଥିବା ବାରାକରେ ଗୋଟିଏ ଟିଭି ଲାଗିଥିବା ମଧ୍ୟ ଦେଖାଯାଉଛି।କେବଳ ରେଡ୍ଡୀ ନୁହେଁ, ରାନ୍ୟା ରାଓ ସୁନା ଚୋରାଚାଲାଣ ମାମଲାରେ ଗିରଫ ହୋଇଥିବା ତରୁନ ରାଜୁ ମଧ୍ୟ ଜେଲ ଭିତରେ ମୋବାଇଲ ବ୍ୟବହାର କରୁଛି। ସେ ନିଜର ସେଲରେ ରୋଷେଇ କରିବା ସହ ଘର ଭଳି ସେଠାରେ ବସି ମୋବାଇଲ ଚିପୁଥିବା ଦେଖାଯାଉଛି। ଜେନେଭା ଖସି ଯିବାକୁ ଚେଷ୍ଟା କରିବା ବେଳେ ତରୁନକୁ ଗିରଫ କରାଯାଇଥିଲା।ରାନ୍ୟା ରାଓଙ୍କୁ ଦୁବାଇରେ ସୁନା ଦେବା ଘଟଣାର ମାଷ୍ଟରମାଇଣ୍ତ ହେଉଛି ତରୁନ। ରାନ୍ୟା ହେଉଛନ୍ତି ଜଣେ ବରିଷ୍ଠ ଆଇପିଏସଙ୍କ ଝିଅ। ଏବେ ତୁରନ, ରେଡ୍ଡୀ ଓ ଅନ୍ୟ କଏଦୀଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। କର୍ଣ୍ଣାଟକାର କଂଗ୍ରେସ ସରକାର ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

ଭୟଙ୍କର କାଣ୍ଡ ଘଟାଇଛନ୍ତି ଜଣେ ପୁଲିସ ବାବୁ। ମଦ ନିଶାରେ ଜଣେ ଏଏସ୍‌ଆଇ ନିଜର ଗାଡ଼ିକୁ ଏକାଧିକ ବାଇକ ଉପରେ ଚଢ଼ାଇ ଦେଇଛନ୍ତି। ଏପରି କି ମଦୁଆ ପୁଲିସ ବାବୁ ଜଣେ ଶିକ୍ଷକଙ୍କ ଉପରେ ଗାଡ଼ି ମଡ଼ାଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ମଦ୍ୟପ ପୁଲିସ ବାବୁଙ୍କ ଯୋଗୁ ମଧ୍ୟପ୍ରଦେଶ ର ନୀମୁଚ-ଜୱାଦ ରାସ୍ତାରେ ଉପସ୍ଥିତ ଥିବା ଲୋକମାନେ ପୂରା ଆତଙ୍କିତ ହୋଇ ପଡ଼ିଛନ୍ତି।ନୀମୁଚର ଭାରଭାଡିଆ ଗାଁ ନିକଟରେ ପୂରା ଘଟଣା ଘଟିଥିବା ବେଳେ ପୁଲିସ୍‌ ବାବୁଙ୍କ ଗାଡ଼ି ଧକ୍କାରେ ଜଣେ ଶିକ୍ଷକ ଆଖି ବୁଜିଛନ୍ତି। ତାଙ୍କର ପତ୍ନୀ ଓ ଦୁଇ ଛୋଟ ଛୁଆ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ଏଏସଆଇ ମନୋଜ ଯାଦବ ଏତେ ମଦ ପିଇଥିଲେ ଯେ ସେ ଠିକ ଭାବେ ଛିଡ଼ା ହୋଇ ପାରୁ ନଥିଲେ। ସେହି ଅବସ୍ଥାରେ ସେ ଗାଡ଼ି ଚଳାଇବା ସହ ଗୋଟିଏ ପରେ ଗୋଟିଏ ବାଇକୁ ରାସ୍ତାରେ ଧକ୍କା ଦେଇ ଚାଲିଥିଲେ। ତାଙ୍କ ଗାଡ଼ି ଧକ୍କାରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଜଣେ ଶିକ୍ଷକଙ୍କ ମୃତ୍ୟୁ ମଧ୍ୟ ହୋଇଛି।ସିରିଜ ଦୁର୍ଘଟଣା ପରେ ଯାଦବ ଗାଡ଼ିରୁ ବାହାରୁ ଥିଲେ। ତାଙ୍କ ପାଟିରୁ ମଦର ଗନ୍ଧ ବାହାରୁଥିଲା। ସେ ଗାଡ଼ିରୁ ଟଳମଳ ଅବସ୍ଥାରେ ଓହ୍ଲାଇବା ବେଳେ ଲୋକମାନେ ରାସ୍ତାରେ ରକ୍ତାକ୍ତ ହୋଇ ପଡ଼ି ରହିଥିଲେ। ପୁଲିସ୍‌ ପରବର୍ତ୍ତୀ ଅବସ୍ଥାରେ ଯାଦବଙ୍କ ଗାଡ଼ିରୁ ମଦ ବୋତଲ ଓ ଗ୍ଲାସକୁ ଜବତ କରିଛି।ଏଏସ୍‌ଆଇ ଯାଦବଙ୍କ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ଶିକ୍ଷକ ଜଣଙ୍କ ହେଲେ ୪୨ ବର୍ଷୀୟ ଦଶରଥ। ସେ ତାଙ୍କ ପତ୍ନୀ ଲଳିତା ବାଈ(୩୫), ପୁଅ ହରର୍ଷିତ(୧୦) ଓ ଝିଅ ଜୟା(୬)ଙ୍କ ସହ ପରିବା କିଣି ଘରକୁ ଫେରୁଥିଲେ। ଏହି ସମୟରେ ସେମାନଙ୍କୁ ଧକ୍କା ଦେଇଥିଲେ ଯାଦବ। ଦଶରଥ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରି ଯାଦବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଖବର ପାଇ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସେହିପରି ନୀମୁଚ ଏସ୍‌ପି ତୁରନ୍ତ ଏଏସ୍‌ଆଇ ଯାଦବଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି।

ଢାକା : ବାଂଲାଦେଶରେ ଅଗଷ୍ଟ ୨୦୨୪ରେ ଛାତ୍ର ଆନ୍ଦୋଳନ ବିଦ୍ରୋହରେ ପରିଣତ ହେବା ପରେ ଶେଖ ହସିନା ଦେଶ ଛାଡିବା ପରଠାରୁ, ଦେଶରେ ବହୁତ କିଛି ପରିବର୍ତ୍ତନ ହୋଇଛି, କିନ୍ତୁ ସ୍ଥିରତା ହାସଲ ହୋଇପାରିନାହିଁ। ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଏହାର ବିଚାର ଶେଷ କରିଛି ଏବଂ ଏହାର ରାୟ ନଭେମ୍ବର ୧୩ରେ ଧାର୍ଯ୍ୟ କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବରେ, ଶେଖ ହସିନାଙ୍କ ଆୱାମୀ ଲିଗ ଦଳ ଏହି ତାରିଖରେ ଢାକା ବନ୍ଦ କରିବାର ଯୋଜନା କରିଛି।ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଉପରେ ବର୍ତ୍ତମାନ ଆଭ୍ୟନ୍ତରୀଣ ଚାପ ବଢ଼ୁଛି। ଶେଖ ହସିନାଙ୍କ ଦଳ ଢାକାରେ ବନ୍ଦ କରି ସୱାଭାବିକ ଅବସ୍ଥାକୁ ଫେରିବାକୁ ଯୋଜନା କରୁଥିବା ବେଳେ, ନିର୍ବାଚନର ଚାପ ଏବଂ Gen Zଙ୍କ ଅସନ୍ତୋଷ ମଧ୍ୟ ନୋବେଲ ପୁରସ୍କାର ବିଜେତାଙ୍କୁ ପଦରୁ ହଟାଇବା ପାଇଁ ବିପଦ ସୃଷ୍ଟି କରୁଥିବା ପରି ମନେ ହେଉଛି। ଢାକା ମେଟ୍ରୋପଲିଟାନ ପୋଲିସର ସୂତ୍ର ଅନୁସାରେ, ସହରର ୧୪୨ଟି ରଣନୈତିକ ସ୍ଥାନରେ ୭,୦୦୦ ପୋଲିସ କର୍ମଚାରୀ ଏକ ଅଭ୍ୟାସ କରିଥିଲେ। ଏହି ସମୟ ମଧ୍ୟରେ, ୟୁନୁସଙ୍କ ଘରକୁ ଏକ ଛାଉଣୀରେ ପରିଣତ କରାଯାଇଥିଲା। ଏହି ପ୍ରତିବାଦଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତି ଚାଲିଛି।ଶେଖ ହାସିନା ନିଜେ ନିଜ ଜୀବନକୁ ଭୟ କରି ଅଗଷ୍ଟ ୨୦୨୪ରେ ଭାରତ ପଳାଇ ଆସିବା ପରେ, ସେବେଠାରୁ କଡ଼ା ସୁରକ୍ଷା ମଧ୍ୟରେ ଦିଲ୍ଲୀରେ ରହୁଛନ୍ତି। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ସେଠାରେ ସୁରକ୍ଷିତ ଅନୁଭବ କରୁଛନ୍ତି। ଏହି ସମୟରେ, ବାଂଲାଦେଶରେ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗ ସମେତ ଅନେକ ମାମଲା ରୁଜୁ ହୋଇଥିଲା ଏବଂ ତାଙ୍କୁ ଦୋଷୀ ମଧ୍ୟ କରାଯାଇଥିଲା, କିନ୍ତୁ ଶେଖ ହାସିନା ଏହି ଅଭିଯୋଗଗୁଡ଼ିକୁ ଅସ୍ବୀକାର କରିଚାଲିଛନ୍ତି। ସେ ବାଂଲାଦେଶର ପରିସ୍ଥିତି ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରି ଦାବି କରିଛନ୍ତି ଯେ ଏହା ମୌଳବାଦୀଙ୍କ ଦ୍ୱାରା ଶାସିତ ହେଉଛି। ବର୍ତ୍ତମାନ, ନିର୍ବାଚନ ଘୋଷଣା ସହିତ, ଶେଖ ହସିନାଙ୍କ ବିଲୋପ ହୋଇଥିବା ଆୱାମୀ ଲିଗ ରାଜନୀତିରେ ପାଦ ରଖିବାକୁ ଚାହୁଁଛି, ଏବଂ ଏହି ଢାକା ବନ୍ଦ ସେହି ଲକ୍ଷ୍ୟ ଆଡ଼କୁ ପ୍ରଥମ ପଦକ୍ଷେପ। ମହମ୍ମଦ ୟୁନୁସ ଏହାକୁ ହାଲୁକା ଭାବରେ ନେଉନାହାଁନ୍ତି, ଏବଂ ଢାକା ସାରା ପୋଲିସ ଏବଂ ସେନା ବାହିନୀ ମୁତୟନ କରାଯାଉଛି।

ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ । ଅଞ୍ଚଳ ମାଓବାଦୀ ପ୍ରଭାବିତ ହୋଇଥିବାରୁ ବୁଥ୍ ପାଇଁ ପରିବହନ ନିମନ୍ତେ ଭାରତୀୟ ବାୟୁସେନାର ବିମାନ ଉପଯୋଗ କରାଯିବ । ଆଉ ବୁଥକୁ ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି ।ଆଜି ସନ୍ଧ୍ୟା ୭ଟାରୁ ବୁଥ ଯାତ୍ରା କରିବେ ପୋଲିଂ ପାର୍ଟି। ଆସନ୍ତାକାଲି ୧୧ ଟା ସୁଦ୍ଧା ବୁଥରେ ପହଁଚିବେ ପୋଲିଂ ପାର୍ଟି । ଏନେଇ ଡିସପୋଜାଲ ସେଣ୍ଟରରେ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ନୂଆପଡ଼ା ନିର୍ବାଚନ ଅଧିକାରୀ ମଧୁସୂଦନ ଦାସ । ୩୮୫ଟି ବୁଥରେ ଭୋଟଗ୍ରହଣ କରାଯିବ। ଅତି ସମ୍ବେଦନଶୀଳ ବୁଥରେ ସୁରକ୍ଷ ବ୍ୟବସ୍ଥା କଡ଼ାକଡ଼ି କରାଯିବ। ନକ୍ସଲ ପ୍ରଭାବିତ ଅଞ୍ଚଳର ୮ଟି ବୁଥକୁ ହେଲିକପ୍ଟର ଯୋଗେ ଯିବେ ପୋଲିଂ ପାର୍ଟି।

ଟୋକିଓ: ରବିବାର ଉତ୍ତର ଜାପାନ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ପାଣିପାଗ ସଂସ୍ଥା ରିପୋର୍ଟ କରିଛି ଯେ ୬.୭ ତୀବ୍ରତାର ପ୍ରାରମ୍ଭିକ ଭୂମିକମ୍ପ ଇୱାଟେ ପ୍ରଦେଶର ଉପକୂଳରୁ ସମୁଦ୍ର ପତ୍ତନରୁ ୧୦ କିଲୋମିଟର ତଳେ ଆସିଥିଲା।ଏଜେନ୍ସି ଉତ୍ତର ଉପକୂଳ ଅଞ୍ଚଳରେ ୧ ମିଟର ପର୍ଯ୍ୟନ୍ତ ସୁନାମି ଚେତାବନୀ ଜାରି କରିଛି। ଏହି ସମୟରେ, ଜାପାନର ସାର୍ବଜନୀନ ପ୍ରସାରକ NHK ରବିବାର କହିଛି ଯେ ଦେଶର ଉତ୍ତରରେ ଥିବା ଇୱାଟେ ପ୍ରଦେଶ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି, ବାସିନ୍ଦାମାନଙ୍କୁ ଉପକୂଳ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି।NHK ରିପୋର୍ଟ କରିଛି ୫ଟା୧୨ (0812 GMT) ସମୟରେ ଇୱାଟେ ପ୍ରଦେଶର ଉପକୂଳରୁ ୭୦ କିଲୋମିଟର (୪୫ ମାଇଲ) ଦୂରରେ ସୁନାମି ଦେଖାଯାଇଛି ଏବଂ ଏହା ଖୁବ ଶୀଘ୍ର ପ୍ରଶାନ୍ତ ମହାସାଗର ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।ଏଥିରେ କୁହାଯାଇଛି ଯେ ଲହରୀ ପ୍ରାୟ ୧ ମିଟର (୩ ଫୁଟ, ୩ ଇଞ୍ଚ) ଉଚ୍ଚ ହେବ। ପୂର୍ବରୁ, ଆମେରିକା ସୁନାମି ଚେତାବନୀ ବ୍ୟବସ୍ଥା ଅନୁଯାୟୀ, ଜାପାନର ସର୍ବବୃହତ ଦ୍ୱୀପ, ହୋନସୁର ପୂର୍ବ ଉପକୂଳରେ ୬.୨୬ ତୀବ୍ରତାର ଏକ ଭୂମିକମ୍ପ ଆସିଥିଲା।ଜେଆର ପୂର୍ବ ରେଳବାଇ ଅପରେଟରଙ୍କ ଅନୁଯାୟୀ, ଏହି ଅଞ୍ଚଳରେ ବୁଲେଟ ଟ୍ରେନ ବିଳମ୍ବ ହୋଇଥିଲା। କ୍ୟୋଟୋ ନ୍ୟୁଜ ରିପୋର୍ଟ କରିଛି ଯେ ଭୂମିକମ୍ପ ଯୋଗୁ ବିଦ୍ୟୁତ ବିଭ୍ରାଟ ହୋଇଥିଲା। ମାର୍ଚ୍ଚ ୨୦୧୧ରେ ଏହି ଅଞ୍ଚଳରେ ଏକ ଭୟଙ୍କର ଭୂମିକମ୍ପ ଏବଂ ସୁନାମି ଆସିଥିଲା।

error: Content is protected !!