ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର ପଦ୍ମଲୋଚନ କୁମ୍ଭାର(୫୦) ବୋଲି ଜଣାପଡିଛି। ପାରିପାର୍ଶ୍ୱିକ ସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏ ନେଇ ଭେଡେନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା (୧୦/୨୬) ରୁଜୁ କରି ତଦନ୍ତ ଚଲାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପଦ୍ମଲୋଚନ ସକାଳୁ ଜମିକୁ ଯାଉଛି କହି ଘରୁ ବାହାରିଥିଲେ। ହେଲେ ଅପରାହ୍ନ ସୁଦ୍ଧା ସେ ଘରକୁ ଫେରି ନ ଥିଲେ । ଏନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ ଏବଂ କ୍ଷେତ ହିଡରେ ରହିଥିବା ଏକ ଶିଶୁ ଗଛରେ ପଦ୍ମଲୋଚନଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।

More Stories
ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ
ହତ୍ୟା କରିବା ପରେ ବାଇକ୍ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ
୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍ଡି ଡିଜି କହିଲେ…