ବିଜେଡିର ମିଶ୍ରଣ ପର୍ବ


ବରଗଡ଼:(ଫକୀର ରଣା):- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡିଭଟା ଗ୍ରାମରେ ବିଜେଡି ର ଜୟକୁମାର ନିଗମ ଓ ବିଜୟ ସାହୁ ଙ୍କ ନେତୃତ୍ୱ ରେ ଚଣ୍ଡିଭଟା, ଲଉଡି ଦର୍ହା, ତଥା ଜଗଦଲ ପୁର ପଞ୍ଚାୟତ ର ଏକ ହଜାର ରୁ ଉର୍ଦ୍ଧ୍ବ କର୍ମୀ ଙ୍କ ସମାବେଶ ରେ ଏକ କର୍ମୀ ସମ୍ମିଳନୀ ତଥା ନିର୍ବାଚନୀ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ବିଜେଡି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ଙ୍କ ଉପସ୍ଥିତିରେ ସୁଶିଲ ମରେଇ, ନନ୍ଦଲାଲ୍ ମହାପାତ୍ର, ଅରୁଣ ସାହୁ, ଜବାହର ସିଂ ବରିହା, ଯତୀନ ହାତୀ, ବିଜୟ କେତନ ପ୍ରଧାନ, ପ୍ରକାଶ ବରିହା, ମନୋଜ ପାଣ୍ଡେ, ସୁରୁଭାଇ, ଗଣେଶ ପଟେଲ, ଭବାନୀ ଶଙ୍କର ବରିହା, ପ୍ରକାଶ ବରିହା, ସୁଦାମ ବରିହା, ଜିତୁ ହଂସ, ସୁରଥ ବରିହା, ସୁବର୍ଣ୍ଣ ସିଦାର, ପୂର୍ଣ୍ଣଚନ୍ଦ୍ର ବରିହା, ସଞ୍ଜୁ ସିଦାର, ଗୋବର୍ଦ୍ଧନ ପଶାୟତ, ନିର୍ମଳ ସାହୁ, ମନୋହର ବାଗ, ଅଶୋକ ବୁଡେକ୍, ଆଦି ୨୫ ଜଣ ବିଜେପି କର୍ମୀ ବିଜେଡିରେ ଯୋଗଦେଇ ଥିଲେ । ଏହାଦ୍ବାରା ବିଜେଡିର ସଂଗଠନ ମଜବୁତ୍ ହେବାରେ ଲାଗିଥିବା ବେଳେ ବିଜେପି କୁ ଶକ୍ତ ଧକ୍କା ହୋଇଛି ।


error: Content is protected !!