ପଟ୍ଟାମୁଣ୍ଡାଇ : ସମୁଦ୍ରରେ ବୁଡିଲା ମାଛଧରା ବୋଟ୍ , ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ। ସାତଭାୟା ନିକଟ ସମୁଦ୍ରରେ ତାରିଣୀ -୨ ବୋଟ୍ରେ ପାଣି ପଶିଯିବାରୁ ବୋଟ୍ଟି ବୁଡିଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ବୋଟଟି ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ସମୁଦ୍ରକୁ ବୋଟ ମାଛ ମାରିବା ପାଇଁ ଆସିଥିବା ବେଳେ ବୋଟରେ ୮ ଜଣ ମତ୍ସ୍ୟଜୀବୀ ଥିଲେ । ଦୁର୍ଘଟଣା ଘଟି ବୋଟଟି ବୁଡିଯିବାରୁ ମତ୍ସ୍ୟଜୀବୀ ମାନେ ପହଁରି କୂଳକୁ ଚାଲିଆସିଥିଲେ । ତେବେ ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି । ବୋଟରେ ଥିବା ମାଛ ସହ ସମସ୍ତ ଆସବାବପତ୍ର ସମୁଦ୍ରରେ ବୁଡିଯାଇଛି ।

More Stories
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
ଡାକ୍ତର ନାହାନ୍ତିକି କର୍ମଚାରୀ ନାହାନ୍ତିପ୍ରାଥମିକ ଚିକିତ୍ସାଳୟରେ ତାଲା, ରୋଗୀ ହନ୍ତସନ୍ତ |
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।