January 25, 2026

Now Odisha

Now Odisha

ବିହାର ନିର୍ବାଚନ ପାଇଁ ଏନଡିଏ ଆସନ ବୁଝାମଣା ଶେଷ: ଜାଣନ୍ତୁ ବିଜେପି ଓ ଜେଡିୟୁକୁ ମିଳିଲା କେତେ ଆସନ…

Spread the love

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ଏନଡିଏ ମଧ୍ୟରେ ଦେଖାଦେଇଥିବା ମତଭେଦର ଅବସାନ ଘଟିଛି। ଏନଡିଏର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ବୁଝାମଣା ଜରିଆରେ ଆସନ ଭାଗବଣ୍ଟା ହୋଇଛି। ଏଥିରେ ପ୍ରମୁଖ ସହଯୋଗୀ ଦଳ ବିଜେପି ଏବଂ ଜେଡିୟୁକୁ ୧୦୧ ଲେଖାଏ ଆସନ ମିଳିଛି।

ବିହାର ବିଧାନସଭାଟି ୨୪୩ ଆସନ ବିଶିଷ୍ଟ। ସେଥିମଧ୍ୟରୁ ବିଜେପି ଏବଂ ଜେଡିୟୁକୁ ସର୍ବାଧିକ ୧୦୧ ଲେଖାଏ ଆସନ ମିଳିଛି। ଉଭୟ ଦଳ ୨୦୨ ଆସନରେ ପ୍ରାର୍ଥୀ ଦେବେ। ଏହାବ୍ୟତୀତ ଅନ୍ୟତମ ସହଯୋଗୀ ଦଳ ଏଲଜେପି(ଆର) ଭାଗରେ ୨୯ ଆସନ ପଡ଼ିଛି। ସେହିପରି ଆରଏଲଏମ ଏବଂ ଏଚଏଏମ ଭାଗରେ ୬ଟି ଲେଖାଏ ଆସନ ପଡ଼ିଛି। ସମସ୍ତ ଦଳର କାର୍ଯ୍ୟକର୍ତ୍ତାମାନେ ଏହାକୁ ସ୍ଵାଗତ କରିଛନ୍ତି।
ବିହାର ପ୍ରଭାରୀ ଦାୟିତ୍ଵରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ ବୁଝାମଣା ଡିଲ୍‌ ଘୋଷଣା କରିବା ସହିତ ଆଉ ଏକ ଏନଡିଏ ସରକାର ପାଇଁ ବିହାର ପ୍ରସ୍ତୁତ ବୋଲି କହିଛନ୍ତି।

error: Content is protected !!