ଗଞ୍ଜାମ: ପ୍ରଭୁ ରାମଚନ୍ଦ୍ର ଦଣ୍ଡକାରଣ୍ୟକୁ ଯିବା ସମୟରେ ଋଷିକୁଲ୍ୟା ନଦୀ କୂଳ ଦେଇ ଯାଇଥିବା କୁହାଯାଏ । ଯାଉଥିବା ବାଟରେ ସେ ଦେବୀ ଓ ଶିବଙ୍କୁ ପୁଜା କରିଥିଲେ । ଆଉ ପ୍ରଭୁ ରାମଚନ୍ଦ୍ର ଏହି ପର୍ବତରେ ମଧ୍ୟ ଶକ୍ତି ପୀଠ ଓ ଶୈବ ପୀଠ ସ୍ଥାପନା କରିଥିବା କୁହାଯାଏ।ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମଧ୍ୟରେ ଅନ୍ୟତମ ମା ରାମଚଣ୍ଡି ପୀଠ । ପ୍ରକୃତି କୋଳରେ ଶୋଭା ମଣ୍ଡନ କରୁଥିବା ପୁଣ୍ୟତୋୟା ଋଷୁକୁଲ୍ୟା ତଟରେ ପାହାଡ ଶିଖିରରେ ମା ରାମଚଣ୍ଡି ପୀଠ ଅବସ୍ଥିତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରୁ ମାତ୍ର ୮ କିଲୋମିଟର ଦୂରରେ କରପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ପାହାଡ଼ ଶିଖରେ ଏହି ମହାମାୟିଙ୍କ ଶକ୍ତି ପୀଠ ଅବସ୍ଥିତ ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି