January 25, 2026

Now Odisha

Now Odisha

ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ଶକ୍ତ ଝଟ୍‍କା…

Spread the love

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‍କା ଲାଗିଛି । ଲାଲୁଙ୍କ ସ୍ତ୍ରୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ପାଇଁ ଅଡୁଆ ବଢିଛି । ଦିଲ୍ଲୀର ରାଉଜ୍‍ ଆଭେନ୍ୟୁ କୋର୍ଟ ଆଇଆରସିଟିସି ଦୁର୍ନୀତି ଏବଂ ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ, ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜଫ୍ରେମ୍‍ କରିବା ନେଇ ରାୟ ପ୍ରକାଶ କରିଛନ୍ତି କୋର୍ଟ । ଆଜି କୋର୍ଟ ତିନି ଜଣଙ୍କ ଉପସ୍ଥିତିରେ ଏଭଳି ରାୟ ପ୍ରକାଶ କରିବା ସହ ଧାରା ୪୨୦ ଏବଂ ଅପରାଧିକ ଷଡଯନ୍ତ୍ର ଅନୁଯାୟୀ ବିଚାର କରାଯିବ ।
ରାଉଜ୍‍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ପ୍ରକାଶ କରି କହିଛନ୍ତି ଯେ ଲାଲୁ ଯାଦବ ଟେଣ୍ଟର ପ୍ରକ୍ରିୟାରେ ହସ୍ତକ୍ଷେପ କରିଛନ୍ତି ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଲାଲୁଙ୍କୁ ଅଭିଯୋଗ ବିଷୟରେ ଅବଗତ କରାଇ କୋର୍ଟ କହିଛନ୍ତି ଯେ ସେ ତାଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କୁ ଜମି ଅଧିକାର ପ୍ରଦାନ କରିବା ପାଇଁ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଛନ୍ତି । ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବ ଷଡଯନ୍ତ୍ରରେ ସମାନ ଭାବରେ ସାମିଲ ଥିଲେ । କୋର୍ଟ ଏହା ପରେ ଲାଲୁ ଯାଦବଙ୍କୁ ପଚାରିଥିଲେ ଯେ ସେ ଅଭିଯୋଗ ସମ୍ପର୍କରେ କଣ କହିବେ, ଏହା ସତ୍ୟ କି?, ଉତ୍ତର ଦେଇ ଲାଲୁ କହିଛନ୍ତି ‘ମୁଁ ଦୋଷୀ ନୁହେଁ ମୁଁ କିଛି କରିନାହିଁ । ଏହାସହିତ ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା । ସେମାନଙ୍କର ଉତ୍ତର ସମାନ ଥିଲା, ଆମେ ଦୋଷୀ ନୁହେଁ ।

error: Content is protected !!