ଅଭିନେତାରୁ ନେତା ବନିଥିବା ବିଜୟଙ୍କ ରାଜନୀତିକ ଶୋଭାଯାତ୍ରାରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ। ତାମିଲନାଡୁ ର କରୁର ଠାରେ ସେପ୍ଟେମ୍ବର ୨୭ରେ ହୋଇଥିବା ଭୟଙ୍କର ଦଳାଚକଟା ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।ବିଜୟଙ୍କ ରାଲିରେ ହୋଇଥିବା ଦଳଚକଟା ରେ ୪୧ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାର ଘଟଣାର ଏସଆଇଟି ତଦନ୍ତ କରୁଛନ୍ତି। ଏସଆଇଟି ଘଟଣାର ତଦନ୍ତ କରୁଥିବା ବେଳେ ବିଜୟଙ୍କ ଦଳ ଟିଭିକେର ଏକାଧିକ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଏସବୁ ଭିତରେ ସର୍ବୋଚ୍ଚ ଅଦାଲତ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଏହି ଘଟଣା ନାଗରିକଙ୍କ ମୌଳିକ ଅଧିକାର ଉପରେ ପ୍ରଭାବ ପକାଇଛି ଓ ଏହା ଜାତୀୟ ଚେତନାକୁ ପୂରା ଦୋହଲାଇ ଦେଇଛି। ଏହାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଆବଶ୍ୟକ। ଗଭୀର ତଦନ୍ତ ସମ୍ପର୍କରେ ଜାଣିବାର ଆବଶ୍ୟକତା ନାଗରିକଙ୍କ ଅଧିକାର ଓ ନିରପେକ୍ଷ ଯାଞ୍ଚ ପାଇଁ କୌଣସି ସନ୍ଦେହ ରହିବା କଥା ନୁହେଁ ବୋଲି କୋର୍ଟ କହିଛନ୍ତି।ସ୍ୱଚ୍ଛତା ବଜାୟୀ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ପୂର୍ବତନ ବିଚାଚରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ସିବିଆଇ ତଦନ୍ତ ଉପରେ ତୀକ୍ଷ୍ଣ ନଜର ରଖିବ। ଜଷ୍ଟିସ ରସ୍ତୋଗୀ କମିଟିରେ ସାମିଲ କରିବା ପାଇଁ ୨ ଜଣ ବରିଷ୍ଠ ଆଇପିଏସଙ୍କୁ ଚୟନ କରିବେ। ସେମାନଙ୍କ ପାହ୍ୟା ଆଇଜିରୁ କମ ହୋଇ ନଥିବ। admin October 13, 2025 Spread the love Post Views: 0 Continue Reading Previous: ଫ୍ଲାଏ ଓଭର ବାରମ୍ବାର ଦବିବା ଘଟଣା: ତଦନ୍ତ ନିର୍ଦ୍ଦେଶ …Next: ଅର୍ଥଶାସ୍ତ୍ରରେ ୩ଜଣଙ୍କୁ ନୋବେଲ… Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ