ଦିଲ୍ଲୀ ଏମ୍ସ ରୁ ନିଲମ୍ବିତ ହୋଇଛନ୍ତି ଓଡ଼ିଆ ସର୍ଜନ ଡାକ୍ତର ଅକ୍ଷୟ କୁମାର ବିଷୋୟୀ। ସେ ଦିଲ୍ଲୀ ଏମ୍ସରେ କାର୍ଡିଓ ଥରୋସିସ ଓ ଭସ୍କୁଲାର ସର୍ଜରୀ ବା ସିଟିଭିଏସ୍ ବିଭାଗ ମୁଖ୍ୟ ରହିଥିଲେ। ଜଣେ ଅଭିଜ୍ଞ ଡାକ୍ତର ଭାବେ ପୂରା ଦେଶରେ ସେ ପରିଚିତ। କିନ୍ତୁ ଜଣେ ମହିଳା ନର୍ସିଂ ଅଫିସରଙ୍କୁ ନିର୍ଯାତନା ଓ ହଇରାଣ କରିବା ଅଭିଯୋଗରେ ତାଙ୍କ ଏମ୍ସ ପକ୍ଷରୁ ନିଲମ୍ବିତ କରାଯାଇଛି।ଏମ୍ସର ନର୍ସ ୟୁନିୟନ ଏକାଧିକ ଥର ଡାକ୍ତର ବିଷୋୟୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲା। ଏହି ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓରେ ପହଞ୍ଚିଥିଲା। ଏହାମଧ୍ୟରେ ଯୌନ ନିର୍ଯାତନା, ଅଭଦ୍ରା ଭାଷା ଓ କାର୍ଯ୍ୟାଳୟରେ ଭୟଭୀତ କରାଇବା ଭଳି ଅଭିଯୋଗ ରହିଥିଲା। ଡାକ୍ତର ବିଷୋୟୀଙ୍କ ବିରୋଧରେ ଅଭିଯୋଗ ପିଏମଓରେ ପହଞ୍ଚିବା ପରେ ଏମ୍ସ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଡାକ୍ତର ବିଷୋୟୀ ନିଲମ୍ବିତ ହୋଇଥିବାରୁ ସିଟିଭିଏସ୍ ବିଭାଗର ଦାୟିତ୍ୱ ବରିଷ୍ଠ ପ୍ରଫେସର ଡାକ୍ତର ଭି ଦେବଗୋଉରୋଉଙ୍କୁ ଦିଆଯାଇଛି। ସେ ତତ୍କାଳ ଭାବେ ବିଭାଗର ଦାୟିତ୍ୱ ନେଇଛନ୍ତି ଓ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ପଦରେ ରହିବେ। ଏନେଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଏମ ଶ୍ରୀନିବାସ ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍ତି।ଏହି ନିର୍ଦ୍ଦେଶରେ ଜଣେ ମହିଳା ନର୍ସିଂ ଅଫିସର ସେପ୍ଟେମ୍ବର ୩୦ରେ କରିଥିବା ଅଭିଯୋଗକୁ ଉଲ୍ଲେଖ କରାଯାଇଛି। ଏହାସହ ଏମ୍ସ ନର୍ସ ୟୁନିୟନ ପକ୍ଷରୁ ଉପସ୍ଥାପନ କରାଯାଇଥିବା କିଛି ତଥ୍ୟକୁ ଯୋଡ଼ା ଯାଇଛି। ସେପ୍ଟେମ୍ବର ୩୦, ଅକ୍ଟୋବର ୪ ଓ ଅକ୍ଟୋବର ୭ରେ ଏମ୍ସ ନର୍ସ ୟୁନିୟନ ପକ୍ଷରୁ ଡାକ୍ତର ଅକ୍ଷୟ କୁମାର ବିଷୋୟୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। admin October 13, 2025 Spread the love Post Views: 0 Continue Reading Previous: ଅର୍ଥଶାସ୍ତ୍ରରେ ୩ଜଣଙ୍କୁ ନୋବେଲ…Next: ଡ଼ ନାରାୟଣ ମହାପାତ୍ରଙ୍କୁ ଭିକ୍ଟୋରିଆ ୟୁନଭରସିଟି ରିପବ୍ଲିକ ଅଫ ଇରାକ ପକ୍ଷରୁ ସମ୍ମାନ ସୂଚକ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ