ଏହା ଜୈନ ଧର୍ମର ଏକ ପ୍ରସିଦ୍ଧ ଉପାସନା ପୀଠ


ଏହା ଜୈନ ଧର୍ମର ଏକ ପ୍ରସିଦ୍ଧ ଉପାସନା ପୀଠ l ଦିଗମ୍ବର ଜୈନ ସାଧୁ, ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହାକୁ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣ କରିଛନ୍ତି lଭଟ୍ଟାରକ ଜିନଚନ୍ଦ୍ର ଏହି ଲାଲ ମନ୍ଦିର ଖ୍ରୀ୧୪୯୧ରେ ପ୍ରଥମେ ଆରମ୍ଭ କରିଥିଲେ l ଏଠାରେ ଆଦି ଦେବ ଋଷଭ ନାଥ ଓ ପାର୍ଶ୍ଵନାଥ ଙ୍କର ପୂଜା ହେଉଥିଲା l ପର୍ଯ୍ୟାୟ କ୍ରମେ ଚତୁର୍ବିଂଶ ତୀର୍ଥଙ୍କର ଙ୍କର ମୂର୍ତ୍ତି ସ୍ଥାପିତ ହେଲା ଓ ଭିନ୍ନ ଭିନ୍ନ ମନ୍ଦିର ଗଢି ଉଠିଲା l ମୁଖ୍ୟ ମନ୍ଦିର ର ସ୍ଥାପନା ଖ୍ରୀ୧୬୬୬ରେ ହୋଇଥିଲା lମୁଖ୍ୟ ମନ୍ଦିର ସାମ୍ନାରେ ଏକ ସୁଦୃଶ୍ୟ ମାନସ୍ତମ୍ଭ ରହିଛି ଯାହା କେବଳା ମୋକ୍ଷ ର ପ୍ରତୀକ l ଏହି ମାନସ୍ତମ୍ଭ ର ଶୀର୍ଷ ରେ ଭଗବାନ ମହାବୀର ଙ୍କର ବିଗ୍ରହ ସ୍ଥାପିତ l🙏🔱🕉️🔱🙏


error: Content is protected !!