ଦାରିଙ୍ଗବାଡ଼ି,୩୦ା୧୦ ଆସିଲା ପର୍ଯ୍ୟଟନ ଋତୁ। ଧିରେ ଧିରେ ପାହାନ୍ତିଆରେ ଶୀତ ପଡ଼ିବା ସହ କାକର ପଡୁଛି। ଅନ୍ୟ ଜିଲା ଅପେକ୍ଷା ଦାରିଙ୍ଗବାଡ଼ିକୁ ପ୍ରଥମ ପସନ୍ଦ କରିଥାନ୍ତି ପର୍ଯ୍ୟଟକ। ଏହି କ୍ରମରେ ଏବେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ମୁହାଁ ହେଉଛନ୍ତି। ଯଦିଓ ଏବେ ବାହାରେ ଥଣ୍ଡା ଅନୁଭୂତ ହେଲାଣି କିନ୍ତୁ ୪ କାନ୍ଥ ଭିତରେ ସେତେଟା ଶୀତ ଅନୁଭତ ହୋଇନାହିଁ କିନ୍ତୁ ଜଳବାୟୁ କେତେବେଳେ ଶୁଖିଲା ତ ଆଉ କେତେବେଳେ ପାଗ ମେଘୁଆ କରି କୋହଲା ପାଗ ସୃଷ୍ଟି ହେଉଛି। ଯାହାକି କୋହଲା ପାଗ ସମୟରେ ପର୍ଯ୍ୟଟକ ବୁଲିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।
ଦାରିଙ୍ଗବାଡ଼ିର କଫି ବଗିଚା ସମେତ ଡୁଲୁରୀ ପାଇନ ବଣ,ମିଡିୟୁବାନ୍ଦା ଜଳପ୍ରପାତ, ପାଙ୍ଗାଲି ରେନବୋ ଜଳପ୍ରପାତ, କିରିକୁଟିର ଲଭର୍ସ ପଏଣ୍ଟ, କିସୁବାଡ଼ି ଜଳପ୍ରପାତ, ଋଷିମାଳ, ହିଲଭିୟୁ ଓ ପ୍ରକୃତି ଉଦ୍ୟାନ ସମେତ ଶାନ୍ତି ଉପତ୍ୟକା ଆଦି ପର୍ଯ୍ୟଟକ ବୁଲି ମଜା ନେଉଛନ୍ତି।
ସେହିପରି ବିଭିନ୍ନ ସ୍ଥାନରେ ପରିବାର ସହ ବଣଭୋଜି କରି ମଜାନେଉଛନ୍ତି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ମଧ୍ୟ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ପ୍ରୟାସ ଜୋରଦାର କରିଛି।
ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସଙ୍କ ତତ୍ତ୍ୱାବଧାନରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠୀ, କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ, ଏପିଓ କେଦାର ଚନ୍ଦ୍ର ପଣ୍ଡା ଓ ଅନ୍ୟ ଅଧିକାରୀମାନେ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। କିରିକୁଟି ଲଭର୍ସ ପଏଣ୍ଟରେ ଏକ ଉଚ୍ଚ ବିଶିଷ୍ଟ ଓ୍ବାଚ୍ ଟାଓ୍ବାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ପରିସର ମଧ୍ୟରେ ମଧ୍ୟ ଉଚ୍ଚ କ୍ଷମତା ଓ ଟୁ ଷ୍ଟାର ଓ୍ବାଚ୍ ଟାଓ୍ବାର ନିର୍ମାଣ କାର୍ଯ୍ୟ ଜୋରଦାର ଚାକିଥିବା ଜଣାପଡ଼ିଛି। ସେହିପରି କଫି ବଗିଚାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜୋର୍ଦାର ଚାଲିଥିବା ଜଣାପଡ଼ିଛି।

More Stories
ସରକାରୀ ସହାୟତା ସତ୍ୱେ ବି ଅଲୋଡ଼ା ଅନିଲ |
ଜିଲା ମୁଖ୍ୟ ଚିକିତ୍ସାଳୟରେ ମାରପିଟ୍: କୁକୁର ନେଇ ପ୍ରବେଶକୁ କେନ୍ଦ୍ର କରି ସିକ୍ୟୁରିଟି ଗାର୍ଡଙ୍କ ସହ ହାତାହାତି |
କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ବୋମାମାଡ: ତନାଘନା କରୁଛି ଏନଆଇଏ |