ମୁମ୍ବାଇ: ଭୁଶୁଡ଼ୁଛି ମାଓଗଡ଼। ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ। IMMC ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଗଡ଼ଚିରୋଲି ଜିଲ୍ଲା ଗୋଁଦିଆ ପୋଲିସ ଆଗରେ ଏମାନେ ଆତ୍ମ ସମର୍ପଣ କରିଛନ୍ତି।
ତେବେ ସମସ୍ତଙ୍କ ମୁଣ୍ଡରେ ମୋଟ ୯୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ବେଳେ ଅନନ୍ତ ନାଁରେ ୨୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା।
ମାଓବାଦୀମାନେ ବିପୁଳ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ତେବେ ଗତ ଫେବ୍ରୁଆରୀରେ ଅନନ୍ତ ଆତ୍ମସମର୍ପଣ କରିବ ବୋଲି ଘୋଷଣା କରିଥିଲେ ।
ଅନ୍ୟପଟେ ମଧ୍ୟପ୍ରଦେଶ-ମହାରାଷ୍ଟ୍ର-ଛତିଶଗଡ ସ୍ପେଶାଲ ଜୋନାଲ କମିଟି (ଏମ୍ଏମ୍ସି) ନକ୍ସଲ ସଙ୍ଗଠନର ଶତାଧିକ ମାଓବାଦୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏମ୍ଏମ୍ସି ମୁଖପାତ୍ର ତଥା ମାଓନେତା ଅନନ୍ତଙ୍କ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ସେଥିରେ ସେ ଲେଖିଛନ୍ତି ସଙ୍ଗଠନର ଶତାଧିକ ସଦସ୍ୟ ଆସନ୍ତା ଜାନୁଆରୀ ୧ରେ ଆତ୍ମସମର୍ପଣ କରିବେ। ତେଣୁ ବର୍ତ୍ତମାନ ଜାରି ରହିଥିବା ନକ୍ସଲ ଦମନ ଅଭିଯାନକୁ ସେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସେ ଛତିଶଗଡ଼ ସରକାରଙ୍କ ନିକଟରେ ଅପିଲ କରିଛନ୍ତି।

More Stories
ଭକୁଆ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ୪୦ ମିନିଟ୍ ଅପେକ୍ଷା କରିବା ପରେ ବି ଦେଖାକଲେନି ପୁଟିନ୍ଭକୁଆ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ୪୦ ମିନିଟ୍ ଅପେକ୍ଷା କରିବା ପରେ ବି ଦେଖାକଲେନି ପୁଟିନ୍ |
ଜନଗଣନା କରିବାକୁ ଆସୁଥିବା ୩୦ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଅଲଗା ଦରମା ଦେବେ କି?
ନିଶାରେ ଉବୁଟୁବୁ ଭାରତୀୟ କ୍ରିକେଟର, ବଡ ଖୁଲାସା କଲେ ଜାଡେଜାଙ୍କ ପତ୍ନୀ |