March 16, 2026

Now Odisha

Now Odisha

ମନ୍ତ୍ରୀ ଆମ ନିଜ ଲୋକ କିନ୍ତୁ ଆମକୁ ଅବହେଳା କରୁଛନ୍ତି, ୫୦ ଥର ଭେଟିଥିଲେ ବି କାମ ହେଉନି: ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା

Spread the love

ଭୁବନେଶ୍ବର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ସ୍ବାଭାବି ଚାଲିଛି ଗୃହ କାର୍ଯ୍ୟ। ପୂର୍ତ୍ତ ମନ୍ତ୍ରୀଙ୍କୁ ହସି ହସି କଟାକ୍ଷ। ପୂର୍ତ୍ତ ମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ବାଲେଶ୍ଵର ଖଇରା ରାଣୀତାଲ ରାସ୍ତା ନିର୍ମାଣକୁ ନେଇ ଗୃହରେ ନିଜର ଉଦବେଗ ପ୍ରକାଶ କରିଥିଲେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା।

ବିଧାୟକ କହିଥିଲେ ୫୦ ଥର ମନ୍ତ୍ରୀଙ୍କୁ ଭେଟିଥିଲେ ବି କାମ ହେଉନି। ରାସ୍ତା ଖାଲଖମା ବି ମରାମତି ହେଉନି। ଦାୟିତ୍ଵରେ ଥିବା ଅଧିକାରୀଙ୍କ ଦେଖା ନାହିଁ। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି ବିଧାୟକ। ଯାହାକୁ ନେଇ ବିଧାନସଭାରେ ହାସ୍ୟ ରୋଳ ଦେଖାଦେଇଥିଲା।

ସେପଟେ ଗୃହରେ ହସି ହସି ଉତ୍ତର ରଖି ପୂର୍ତ୍ତମନ୍ତ୍ରୀ କହିଛନ୍ତି ଯେ, ବିଧାୟକ ଗୃହ ବାହାରେ ଏକଥା ୨୫ ଥର ଜଣାଇଛନ୍ତି। ରାସ୍ତାର କାମ ପାଇଁ ଟେଣ୍ଡର ସରିଛି, ଏଗ୍ରି ମେଣ୍ଟ ଷ୍ଟେଜରେ ଅଛି। ରାସ୍ତା ମରାମତି ତୁରନ୍ତ ହେବ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି।

error: Content is protected !!