ଭାରତ ମୁହାଁ ଅଗ୍ରସର ହେଉଛି ବାତ୍ୟା ଡିଟୱା । ଫଳରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଅତି ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ଅନେକ ସ୍ଥାନ ପ୍ରଭାବିତ ହେଉଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ୟ୍ୟୟ ମୁକାବିଲା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ପ୍ରବଳ ବର୍ଷା ଆଶଙ୍କା କରି ଦକ୍ଷିଣ ଆନ୍ଧ୍ରପ୍ରଦେଶର ଜିଲ୍ଲାଗୁଡିକ ମଧ୍ୟ ହାଇ ଆଲର୍ଟରେ ରହିଛି ।ଚେନ୍ନଇ ସମେତ ଅନେକ ଅଞ୍ଚଳରେ ବିମାନ ଏବଂ ରେଳସେବା ପ୍ରଭାବିତ ହୋଇଛି ।
ସ୍ଥଳଭାଗ ଛୁଇଁବା ପୂର୍ବରୁ ଘୂର୍ଣ୍ଣିଝଡ଼ ଦୁର୍ବଳ ହୋଇଯିବ ବୋଲି ଆଶା କରାଯାଉଛି । ବରିଷ୍ଠ ଆଇଏମଡି ଅଧିକାରୀ କହିଛନ୍ତି ଯେ ବାତ୍ୟା ଆଜି ଏବଂ ଆସନ୍ତାକାଲି ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶକୁ ପ୍ରଭାବିତ କରିବ । ପ୍ରଭାବିତ ସମ୍ଭାବନା ଅଞ୍ଚଳରେ ପବନ ବର୍ତ୍ତମାନ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ବେଗରେ ବହୁଛି ଏବଂ ଆଗକୁ ୯୦ କିଲୋମିଟର ବେଗରେ ପବନ ବହିବା ସହ , ଧୀରେ ଧୀରେ ୬୦-୭୦ କିଲୋମିଟର ବେଗରେ ହ୍ରାସ ପାଇବା ସମ୍ଭାବନା ଅଛି ।
ଆଜି ସନ୍ଧ୍ୟା ସୁଦ୍ଧା ୫୦ ରୁ ୬୦ କିଲୋମିଟର ବେଗରେ ପବନ ସହିତ ବାତ୍ୟା, ଝଡ଼ରେ ପରିଣତ ହେବ । ଏହା ପରେ ଉତ୍ତର ତାମିଲନାଡୁ ଉପକୂଳ ବାୟୁମଣ୍ଡଳରେ ଅତି ପ୍ରବଳ ବର୍ଷା ହେବ ଏବଂ ଦକ୍ଷିଣ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

More Stories
ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |