ଭାରତ ମୁହାଁ ଅଗ୍ରସର ହେଉଛି ବାତ୍ୟା ଡିଟୱା । ଫଳରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଅତି ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ଅନେକ ସ୍ଥାନ ପ୍ରଭାବିତ ହେଉଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ୟ୍ୟୟ ମୁକାବିଲା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ପ୍ରବଳ ବର୍ଷା ଆଶଙ୍କା କରି ଦକ୍ଷିଣ ଆନ୍ଧ୍ରପ୍ରଦେଶର ଜିଲ୍ଲାଗୁଡିକ ମଧ୍ୟ ହାଇ ଆଲର୍ଟରେ ରହିଛି ।ଚେନ୍ନଇ ସମେତ ଅନେକ ଅଞ୍ଚଳରେ ବିମାନ ଏବଂ ରେଳସେବା ପ୍ରଭାବିତ ହୋଇଛି ।
ସ୍ଥଳଭାଗ ଛୁଇଁବା ପୂର୍ବରୁ ଘୂର୍ଣ୍ଣିଝଡ଼ ଦୁର୍ବଳ ହୋଇଯିବ ବୋଲି ଆଶା କରାଯାଉଛି । ବରିଷ୍ଠ ଆଇଏମଡି ଅଧିକାରୀ କହିଛନ୍ତି ଯେ ବାତ୍ୟା ଆଜି ଏବଂ ଆସନ୍ତାକାଲି ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶକୁ ପ୍ରଭାବିତ କରିବ । ପ୍ରଭାବିତ ସମ୍ଭାବନା ଅଞ୍ଚଳରେ ପବନ ବର୍ତ୍ତମାନ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ବେଗରେ ବହୁଛି ଏବଂ ଆଗକୁ ୯୦ କିଲୋମିଟର ବେଗରେ ପବନ ବହିବା ସହ , ଧୀରେ ଧୀରେ ୬୦-୭୦ କିଲୋମିଟର ବେଗରେ ହ୍ରାସ ପାଇବା ସମ୍ଭାବନା ଅଛି ।
ଆଜି ସନ୍ଧ୍ୟା ସୁଦ୍ଧା ୫୦ ରୁ ୬୦ କିଲୋମିଟର ବେଗରେ ପବନ ସହିତ ବାତ୍ୟା, ଝଡ଼ରେ ପରିଣତ ହେବ । ଏହା ପରେ ଉତ୍ତର ତାମିଲନାଡୁ ଉପକୂଳ ବାୟୁମଣ୍ଡଳରେ ଅତି ପ୍ରବଳ ବର୍ଷା ହେବ ଏବଂ ଦକ୍ଷିଣ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…