ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଅନ୍ଧକାରମୟ ହୋଇ ରହିଥିବା ବେଳେ ମୋବାଇଲ ଲାଇଟରେ ପୂଜାର୍ଚ୍ଚନା କରାଯାଉଥିବା ଭଳି ଦୃଶ୍ୟ ମଙ୍ଗଳବାର ଦେଖିବାକୁ ମିଳିଛି।

ମନ୍ଦିରର ବେଢ଼ା ଓ ଗର୍ଭଗୃହରେ ସନ୍ଧ୍ୟା ପରେ ଘୋର ଅନ୍ଧକାର ଲାଗି ରହୁଛି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗୁଛି।
ମାତ୍ର, ମନ୍ଦିରରେ ଆଲୋକର ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ଓ ରାତ୍ରି ସମୟରେ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଭକ୍ତ ନିଜ ମୋବାଇଲ ଟର୍ଚ୍ଚ ପକାଇ ମା’ଙ୍କୁ ଦର୍ଶନ କରୁଛନ୍ତି।ମନ୍ଦିରରେ ଏଭଳି ପରିସ୍ଥିତି ଉପୁଜିଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଭକ୍ତ ଓ ପର୍ଯ୍ୟଟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସାଧାରଣରେ ଦାବୀ ହୋଇଛି ଯେ, ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ଗଞ୍ଜାମ ଜିଲାପାଳ ତୁରନ୍ତ ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…