ଦିଲ୍ଲୀ ଲାଲକିଲ୍ଲା କାର୍ ବିସ୍ଫୋରଣ ଘଟଣା। ମୁଖ୍ୟ ଅଭିଯୁକ୍ତ ଆମିର ରସିଦ ଅଲ୍ଲୀର ହେପାଜତକୁ ଆଉ ୭ ଦିନ ବଢ଼ାଇଲେ ସ୍ୱତନ୍ତ୍ର ଏନଆଇଏ କୋର୍ଟ। ୧୦ଦିନିଆ ରିମାଣ୍ଡ ଅବଧି ଶେଷ ପରେ ଆଜି ତାକୁ ପଟିଆଲା ହାଉସ କୋର୍ଟରେ କରାଯାଇଥିଲା ହାଜର। ହ୍ବାଇଟ କୋଲାର ଟେରର ମଡ୍ୟୁଲରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ଆମିର।
ସେପଟେ ପଦାକୁ ଆସୁଛି ଜସିର ବିଲାଲ ୱାନି ଓରଫ ଦାନିସର ଡ୍ରୋନ କାରନାମା। ଜସିର ବିଲାଲର ଫୋନରୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଦାନିସର ଫୋନରୁ ଅନେକ ଭିଡିଓ ଡିଲିଟ ହୋଇଥିଲା। ଡିଲିଟ ହୋଇଥିବା ଭିଡିଓରେ ଥିଲା ହମାସ ପ୍ୟାଟର୍ଣ୍ଣର ଡ୍ରୋନ, ରକେଟ ଲଞ୍ଚର ଆଦିର ଭିଜୁଆଲ। ଜବତ ହୋଇଥିବା ଦାନିସର ମୋବାଇଲରୁ ଏହି ସୂଚନା ମିଳିଛି। ତା ମୋବାଇଲର ଥିବା ଆପରୁ କିଛି ବିଦେଶୀ ନମ୍ବର ବି ମିଳିଛି। ଆତଙ୍କୀମାନେ ମଡିଫାଏଡ ଡ୍ରୋନ ତିଆରି କରିବା ଲାଗି ଯୋଜନା କରିଥିଲେ ଯାହାକି ୨୫ କିଲୋମିଟର ଯାଇପାରିବ।

More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,