ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଫେରାଦ ହେଲେ ବିଜେଡି ନେତା ମନ୍ମଥ ରାଉତରାୟ। ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ମନ୍ମଥ ଆପତ୍ତି ଉଠାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ ଆଦିବାସୀ ଝିଅଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଅପଶବ୍ଦ ମଧ୍ୟ ପ୍ରୟୋଗ କରିଛନ୍ତି।
ସେସବୁ ଆଦିବାସୀ ଝିଅଙ୍କ ପ୍ରତି ଅସମ୍ମାନ। ମୁଖ୍ୟମନ୍ତ୍ରୀ ଯେଉଁ ଅପଶବ୍ଦ ପ୍ରୟୋଗ କରିଥିଲେ, ତାହା ଅଶୋଭନୀୟ। ଦକ୍ଷିଣ ଭାରତର ଏକ ପରିବାର ପ୍ରତି, ଐତିହ୍ୟ ପ୍ରତି ଅପମାନ। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ FIR ପଂଜୀକରଣ କରାଯାଉ ବୋଲି ବିଜେଡି ଦାବି କରିଛି। ନ ହେଲେ ୪୮ ଘଣ୍ଟା ପରେ କ୍ୟାପିଟାଲ ଥାନା ଆଗରେ ଆମରଣ ଅନଶନ କରିବାକୁ ଚେତାବନୀ ଦିଆଯାଇଛି।

More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |