ଭଞ୍ଜନଗର,୩ା୧୨: ଲୋକେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଛନ୍ତି। ଏହାପରେ ତାକୁ ଅନ୍ୟ ଲୋକଙ୍କୁ ପରିଚାଳନା କରିବା ପାଇଁ ଦେଇ ଦେଉଛନ୍ତି। ଉକ୍ତ ଲୋକ ଆକାଉଣ୍ଟଧାରୀଙ୍କ ଅଜାଣତରେ ବିପୁଳ ଟଙ୍କା ଆକାଉଣ୍ଟରେ କାରବାର କରୁଛନ୍ତି। ଯାହାକି ବେନିୟମ। ଆଉ କିଛି ଲୋକ ଅଛନ୍ତି କେବଳ କମିଶନ ଖାଇବା ପାଇଁ ଆକାଉଣ୍ଟ ଖୋଲୁଛନ୍ତି ।
ଏଥିସହ ଆଉ କିଛି ଆକାଉଣ୍ଟ ମାଧ୍ୟମରେ ଅନ୍ଲାଇନ୍ ଠକେଇ ମଧ୍ୟ ହେଉଛି। ଯାହାକି ଚିନ୍ତାଜନକ ବିଷୟ। ଏହିଭଳି ଗଞ୍ଜାମ ଜିଲାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଆକାଉଣ୍ଟ କାରବାର ସନ୍ଦେହ ଦେଖାଦେଇଛି। ଯେଉଁଥିରେ ବିପୁଳ ଟଙ୍କା କାରବାର ହୋଇଛି। ଉକ୍ତ ଆକାଉଣ୍ଟଧାରୀଙ୍କୁ ବର୍ତ୍ତମାନ ବିଭିନ୍ନ ଥାନା ମାଧ୍ୟମରେ ନୋଟିସ ଦିଆଯାଇଛି। ଏଥିସହ ସେମାନକୁ ଥାନାକୁ ଡ଼ାକି ପଚରାଉଚରା କରାଯାଉଛି। ଉତ୍ତର ସନ୍ତୋଷଜନକ ନ ହେଲେ ସେମାନଙ୍କୁ ବନ୍ଧା ଯାଉଛି। ଏହିଭଳି ଭଞ୍ଜନଗର ଥାନା ଅଞ୍ଚଳରେ ୬୬ଟି ଆକାଉଣ୍ଟ ଅଛି। ସେଥିମଧ୍ୟରୁ ବୁଧବାର ୬ଜଣଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଛ। ଆଉ ୬ ଜଣଙ୍କୁ ନୋଟିସ୍ ଦିଆଯାଇଛି। ତଦନ୍ତରେ ସନ୍ତୋଷଜନକ ଉତ୍ତର ନ ମିଳିଲେ ବନ୍ଧା ହେବେ। ଏହି ଘଟଣା ଜଣାପଡ଼ିବା ପରେ ଏଭଳି ଆକାଉଣ୍ଟଧାରୀମାନେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଏନ୍ସିଆର୍ପି ପୋର୍ଟାଲ ମାଧ୍ୟମରେ ଏଭଳି ବେନିୟମ ଆକାଉଣ୍ଟଧାରୀକୁ ଠାବ କରୁଛନ୍ତି। ଏହାପରେ ବିଭିନ୍ନ ରାଜ୍ୟକୁ ସୂଚନା ଦିଆଯାଉଛି। ଏହିଭଳି ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲାରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |