February 4, 2026

Now Odisha

Now Odisha

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

Spread the love

ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପାଇଁ ନୂତନ ପଦ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ପୂର୍ୱରୁ ଥିବା ଲାଇବ୍ରେରିଆନ୍‌ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି।

ଏ ସମ୍ପର୍କରେ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଫ୍‌ଏ କମ୍‌ ସ୍ପେଶାଲ ସେକ୍ରେଟାରି ଶିବାଶିଷ ଧଳ ରାଜ୍ୟର ପ୍ରଧାନ ମହାଲେଖାକାର (ଏଜି)ଙ୍କୁ ଅବଗତ କରିଛନ୍ତି।

ତେବେ ଲାଇବ୍ରେରିଆନ୍‌ ପଦ ଉଚ୍ଛେଦ କରିବା ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଓଡ଼ିଶା ଲାଇବ୍ରେରି ମୁଭ୍‌ମେଣ୍ଟ (ଓଏଲ୍‌ଏମ୍‌) ଆବାହକ ସୁନୀଲ କୁମାର ମିଶ୍ର କହିଛନ୍ତି, ନୂତନ ସରକାର ଆସିବାର ଦେଢ଼ବର୍ଷ ବିତି ଯାଇଥିଲେ ସୁଦ୍ଧା ଏଯାବତ୍‌ ୩୧୪ ଓଏଭିରେ ନୂତନ ନିଯୁକ୍ତି ପାଇଁ ଆଶାନୁରୂପ ବିଜ୍ଞପ୍ତି ବାହାରିଲା ନାହିଁ। ସରକାର ନୂତନ ପଦ ସୃଷ୍ଟି କରିବା ପରିବର୍ତ୍ତେ ପୁରୁଣା ପଦଗୁଡିକୁ ଉଚ୍ଛେଦ କରୁଛନ୍ତି। ଗ୍ରନ୍ଥାଗାରିକ ଆଶାୟୀମାନେ ବାରମ୍ୱାର ଆନ୍ଦୋଳନ ଓ ଦାବି କରିବା ସତ୍ତ୍ୱେ ସେମାନଙ୍କୁ ନିଯୁକ୍ତି ନ ଦେଇ ସମ୍ପୂର୍ଣ୍ଣ ପଦକୁ ଉଚ୍ଛେଦ କରିବା ନିଷ୍ପତ୍ତି ସମସ୍ତଙ୍କୁ ନିରାଶ କରିଛି। ଗ୍ରନ୍ଥାଗାରିକ ପଦ ରହିବା ସହ ନୂତନ ଭାବେ ଓଡ଼ିଆ ଶିକ୍ଷକ ପଦ ସୃଷ୍ଟି କରାଯାଇ ପାରିଥାନ୍ତା। ହେଲେ ସରକାର ସେପରି ନ କରି ସିବିଏସ୍‌ଇ ନିୟମକୁ ଉଲ୍ଲଂଘନ କରୁଛନ୍ତି ବୋଲି ସେ କହିଛନ୍ତି।

error: Content is protected !!