ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁରଠାରୁ ଗୁରୁଣ୍ଠି ଯିବା ରାସ୍ତାର ଏକ ଜଙ୍ଗଲରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରି କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଉକ୍ତ ଥାନା ଟାଟା କଲୋନୀର ମଣି ଦାସ ବୋଲି ପୁଲିସ କହିଛି।
ସୂଚନା ପ୍ରକାରେ, ଜଣେ ବିବାହିତା ମହିଳା ଗତ ଗୁରୁବାର ସନ୍ଧ୍ୟାରେ ଟାଟା କଲୋନୀ ନିକଟରୁ ଏକ ସରକାରୀ ବସରେ ବସି ପୋକଡିବନ୍ଧ ଯାଉଥିଲେ।
ଏହି ସମୟରେ ନରେନ୍ଦ୍ରପୁର ଛକରେ ଟାଟା କଲୋନୀର ମଣି ଦାସ ଜୋର ଜବରଦସ୍ତ ମହିଳା ଜଣଙ୍କୁ ଓହ୍ଲାଇ ଏକ ସ୍କୁଟିରେ ବସାଇ ଗୁରୁଣ୍ଠି ରାସ୍ତାରେ ଥିବା ଏକ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲା। ଘଟଣା ନେଇ କାହାକୁ କହିଲେ ଗଣଦୁଷ୍କର୍ମ କରାଇ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲା। ପରେ ମହିଳା ଜଣଙ୍କୁ କୁସ୍ଥଳୀ ଛକରେ ଛାଡ଼ି ସେଠାରୁ ମଣି ଚାଲିଯାଇଥିଲା। ମହିଳା ଜଣକ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚି ସ୍ୱାମୀଙ୍କୁ ଫୋନ କରି ସବୁ କଥା ଜଣାଇବା ପରେ ଉଭୟ ଆସି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପ୍ରକାରେ ପୁଲିସ ନମ୍ବର ୪୩୭/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରବିବାର ଅଭିଯୁକ୍ତ ମଣି ଦାସକୁ ନିଜ ଗ୍ରାମରୁ ଗିରଫ କରିବା ସହ ବ୍ୟବହାର କରିଥିବା ସ୍କୁଟି ଓ ମୋବାଇଲ ଜବତ କରିଥିଲା। ଉଭୟଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପରେ ଅଭିଯୁକ୍ତ ମଣିକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍କିକ ସୂଚନା ଦେଇଛନ୍ତି।

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |