ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆସ୍ଥିତ ପୁଲିସ କଲୋନୀ ନିକଟ ଗଜାନନ ବିହାର ଦ୍ୱିତୀୟ ଲାଇନରେ ଥିବା ଏକ ତାଲା ବନ୍ଦ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆମ୍ବପୁଆସ୍ଥିତ ପୁଲିସ କଲୋନୀ ନିକଟରେ ଥିବା ଗଜାନନ ବିହାର ଦ୍ୱିତୀୟ ଲାଇନରେ ରହୁଥିଵା ଯଜ୍ଞଦତ୍ତ ପଣ୍ଡା ଶନିବାର ଏକ କାର୍ଯ୍ୟରେ ଯୋଗଦେବା ପାଇଁ ଘରେ ତାଲା ପକାଇ ପରିବାର ସହ ବାହାରକୁ ଯାଇଥିଲେ।
ରବିବାର ସକାଳେ ଘରେ ପହଞ୍ଚିବା ବେଳକୁ ବାରିପଟ ରୁମର ଝରକା କାଟି ଦୁର୍ବୃତ୍ତମାନେ ପଶି ଲାପଟପ ୩ଟି, ଟାଵଲେଟ ଗୋଟିଏ, ସୁନା ମୁଦି ୨ଟି, କାନ ଫୁଲ ୨ ହଳ, ରୁପା ପାଉଁଜି ୩ ହଳ, ପ୍ରାୟ ନଗଦ ୧୫ ହଜାର ଟଙ୍କା ଚୋରି ହୋଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୪୩୮/୨୫ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |