January 27, 2026

Now Odisha

Now Odisha

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ |

Spread the love

ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୋନପୁର ଥାନା ଗତରକେଲା ଗାଁର ଗଙ୍ଗାଧର ବେହେରା(୩୦) ଓ ଜୟ ବେହେରା(୩୬) ।

ସୂଚନା ଅନୁସାରେ, କୌଣସି କାମରେ ବଲାଙ୍ଗୀର ଯାଇଥିବା ଦୁଇ ଯୁବକ ବାଇକ ନଂ ଓଡି୩୧-ଏଚ୮୩୫୦ ରେ ଘରକୁ ଫେରୁଥିବା ବେଳେ ଏକ ଦ୍ରୁତଗାମୀ ଗାଡ଼ି ଧକ୍କା ଦେଇଥିଲା। ଫଳରେ ରାସ୍ତା ପାର୍ଶ୍ଵକୁ ଛିଟିକି ପଡ଼ି ଘଟଣା ସ୍ଥଳରେ ଜୟଙ୍କ ମୃତ୍ୟୁ ହୋଇଥିଲା। ଗଙ୍ଗାଧରଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ହରଡ଼ଖୋଲ ଫାଣ୍ଡି ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିଛି। ତେବେ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ହରଡଖୋଲ ଠାରେ ଏନଏଚ ଅବରୋଧ କରିଛନ୍ତି ।

error: Content is protected !!