ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଛକରୁ ୮ କେଜି ଗଂଜେଇ ସହ ଗୁଜୁରାଟର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ଅବକାରୀ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ଦଶ ଟାରେ ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଛକରେ ୨ ଜଣ ବ୍ୟକ୍ତି ଏକ ବସ୍ତାରେ ଗଂଜେଇ ଫୁଲବାଣୀ ଅଂଚଳରୁ ଆଣି ଛିଡା ହୋଇ ଥିବା ଅବକାରୀ ବିଭାଗ ଖବର ପାଇ ଥିଲା।
ଅବକାରୀ ବିଭାଗ ର ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସେଇ ଛକରୁ ଗଂଜେଇ ବେପାରୀ ମାନଙ୍କୁ ଧରିବା ସହ ୮ କେଜି ଗଂଜେଇ ଜବତ କରି ଗିରଫ କରିଥିଲା। ଗଂଜେଇ ବେପାରୀ ୨ ଜଣ ହେଲେ ଗୁଜୁରାଟ ରାଜ୍ୟ ସୁରଟ ଜିଲ୍ଲା କାଦୋଦରା ଥାନା ଅଂଚଳ ର ସୁରଜମାଲ ଖଟିକି ଓ ସୁରଜ ଯାଦବ। ସେମାନେ ଫୁଲବାଣୀ ଅଂଚଳରୁ ଗଂଜେଇ ଆଣି ରେଢ଼ାଖୋଲ ଟ୍ରେନ ଷ୍ଟେସନ ରୁ ଗୁଜୁରାଟ ଯାଇଥାନ୍ତେ ବୋଲି ଅବକାରୀ ବିଭାଗ ର ଇନ୍ସପେକ୍ଟର ଦ୍ରୁବାଦଳା ବିଶ୍ୱାଳ ପ୍ରକାଶ କରିଛନ୍ତି।
ଅବକାରୀ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ଦଶ ଟାରେ ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଛକରେ ୨ ଜଣ ବ୍ୟକ୍ତି ଏକ ବସ୍ତାରେ ଗଂଜେଇ ଫୁଲବାଣୀ ଅଂଚଳରୁ ଆଣି ଛିଡା ହୋଇ ଥିବା ଅବକାରୀ ବିଭାଗ ଖବର ପାଇ ଥିଲା। ଅବକାରୀ ବିଭାଗ ର ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସେଇ ଛକରୁ ଗଂଜେଇ ବେପାରୀ ମାନଙ୍କୁ ଧରିବା ସହ ୮ କେଜି ଗଂଜେଇ ଜବତ କରି ଗିରଫ କରିଥିଲା। ଗଂଜେଇ ବେପାରୀ ୨ ଜଣ ହେଲେ ଗୁଜୁରାଟ ରାଜ୍ୟ ସୁରଟ ଜିଲ୍ଲା କାଦୋଦରା ଥାନା ଅଂଚଳ ର ସୁରଜମାଲ ଖଟିକି ଓ ସୁରଜ ଯାଦବ। ସେମାନେ ଫୁଲବାଣୀ ଅଂଚଳରୁ ଗଂଜେଇ ଆଣି ରେଢ଼ାଖୋଲ ଟ୍ରେନ ଷ୍ଟେସନ ରୁ ଗୁଜୁରାଟ ଯାଇଥାନ୍ତେ ବୋଲି ଅବକାରୀ ବିଭାଗ ର ଇନ୍ସପେକ୍ଟର ଦ୍ରୁବାଦଳା ବିଶ୍ୱାଳ ପ୍ରକାଶ କରିଛନ୍ତି।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |