January 25, 2026

Now Odisha

Now Odisha

ଆହୁରି ଥରାଇବ ଶୀତ! ବୟସ୍କ ବ୍ୟକ୍ତିଙ୍କ ଜୀବନ ଅସ୍ତବ୍ୟସ୍ତ

Spread the love

ଭୁବନେଶ୍ବର: ପୂରା ଓଡ଼ିଶାକୁ ଶୀତଲହରୀ ଅକ୍ତିଆର କରିଛି। ଶୀତର ପ୍ରଭାବ ଏତେ ବଢ଼ି ଯାଇଛି ଯେ, କେବଳ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିର ଲୋକେ ଥରୁନାହାନ୍ତି; ବରଂ ରାଜଧାନୀ ଭୁବନେଶ୍ବରବାସୀ ମଧ୍ୟ ପ୍ରବଳ ଥଣ୍ଡାରେ ଜୀବନ ଅତିବାହିତ କରୁଛନ୍ତି। ରାଜ୍ୟର ସର୍ବାଧିକ ତାପମାତ୍ରାର ସହର ଝାରସୁଗୁଡ଼ାରେ ତାପମାତ୍ରା ୭୨ ବର୍ଷର ରେକର୍ଡ ଭାଙ୍ଗିଛି।

ସୋମବାର-ମଙ୍ଗଳବାର ରାତିରେ ଏଠାରେ ତାପମାତ୍ରା ୫-ରୁ ୬ଡିଗ୍ରି ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ସପ୍ତାହ ଥଣ୍ଡାରୁ ଆଶ୍ବସ୍ତି ମିଳିବା ସମ୍ଭାବନ କମ୍‌ ରହିଛି।

ରାଜ୍ୟବ୍ୟାପୀ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ବରରେ ଆଜି ସର୍ବାଧିକ ତାପମାତ୍ରା ୨୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ କଟକରେ ଏହା ୨୩ ଡିଗ୍ରି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାତିରେ ଏବଂ ଆସନ୍ତାକାଲି ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲି ପାଇଁ ଝାରସୁଗୁଡ଼ାରେ ୫ ଡିଗ୍ରି ଓ ରାଉରକେଲା ସେହିପରି ଛତ୍ରପୁର ଓ ଗୋପାଳପୁରରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ଆକଳନ କରାଯାଇଛି।ଜାନୁଆରି ୭ ପାଇଁ ପୂର୍ବାନୁମାନ

୧୬ ଡିଗ୍ରି: ଗୋପାଳପୁର ଓ ଛତ୍ରପୁର

୫ ଡିଗ୍ରି: ଝାରସୁଗୁଡ଼ା

୬ ଡିଗ୍ରି: ରାଉରକେଲା

୭ ଡିଗ୍ରି: ସୁନ୍ଦରଗଡ଼

୮ ଡିଗ୍ରି: ଫୁଲବାଣୀ

୯ ଡିଗ୍ରି: ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୁବର୍ଣ୍ଣପୁର ଓ ରାୟଗଡ଼ା

୧୦ ଡିଗ୍ରି: ସମ୍ବଲପୁର, ବାରିପଦା, ଭବାନୀପାଟଣା, ନବରଂଗପୁର, ଜଗତସିଂହପୁର ଓ ବାଲେଶ୍ବର

୧୧ ଡିଗ୍ରି: ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ମାଲକାନଗିରି

୧୨ ଡିଗ୍ରି: ଭୁବନେଶ୍ବର, ଖୋର୍ଦ୍ଧା, ଟିଟିଲାଗଡ଼ ଓ ନୂଆପଡ଼ା,

୧୩ ଡିଗ୍ରି: ନୟାଗଡ଼, ଚାନ୍ଦବାଲି ଓ ପାରାଦୀପ

୧୪ ଡିଗ୍ରି: ପୁରୀ ଓ ପାରଳାଖେମୁଣ୍ଡି

error: Content is protected !!