HEART SURGERY EXCLUSIVE….
…
କ୍ୟାପିଟାଲ ହସ୍ପିଟାଲରେ ଯୋଡ଼ି ହେଲା ଆଉ ଏକ ଇତିହାସ
ସରକାରୀ ମେଡ଼ିକାଲରେ ହେଲା ପ୍ରଥମ ଥର ହେଲା ଅସ୍ତ୍ରୋପଚାର। ହାର୍ଟ ମଧ୍ୟରେ ଥିବା ଆୟୋଟିକ ଭଲଭ ବନ୍ଦ ହେବାରୁ
ଓପନ ହାର୍ଟ ସର୍ଜରୀ ନୁହେଁ, କ୍ୟଥେଡର ପାଇପ ସାହାଯ୍ୟରେ ଲାଗିଲା ଆଟିଫିସିଆ ଆୟୋଟିକ ଭଲଭ।ଏହି ଆୟୋଟିକ ଭଲଭ ଦେଇ ହାର୍ଟ ରୁ ମୁଖ୍ୟ ଧମନୀକୁ ରକ୍ତ ଯିବା ଆସିବା କରିଥାଏ। ଏହି ଭଲଭ ବନ୍ଦ ହୋଇଯିବାରୁ ରୋଗୀର ହୋଇଥାଏ ଓପନ ହାର୍ଟ ସର୍ଜରୀ। ବେସରକାରୀ ଭାବରେ ୨୦ – ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ମାଗଣାରେ କ୍ୟାପିଟାଲ ହସ୍ପିଟାଲ ରେ ଏହା ସଫଳ ହୋଇଛି । ଜଣାଶୁଣା ହୃଦରୋଗ ବିଭାଗର ମୁଖ୍ୟ ଡକ୍ଟର ପି. କେ ଦାସ, ଡ଼କ୍ଟର ସୁଶାନ୍ତ ସାହୁ , ଡକ୍ଟର୍ ସିଦ୍ଧାର୍ଥ ଏସ ପଟ୍ଟନାୟକ , ଡକ୍ଟର ସାଗର ନାୟକ, ଙ୍କ ସହିତ ଓପିଡି, କ୍ୟଥୋଲ୍ୟାବ, ଆଇସିୟୁ ଓ ୱାର୍ଡ ଟିମ୍ ଜଣ ଲାଗିଥିଲେ ଏହି ଅସ୍ତ୍ରୋପଚାର କାମରେ ଲାଗିଥିଲେ ।ଜଗତସିଂହପୁର ର 71 ବର୍ଷୀୟ ସୁଲକ ସୁନ୍ଦର ମହାନ୍ତି ଙ୍କ ର ଆଓଟିକ ଭାଲବ୍ ଖରାପ ଥିବାରୁ ଅନେକ ମେଡ଼ିକାଲ ଯାଇଥିଲେ । ପ୍ରଥମେ ସୁଲକ ସୁନ୍ଦର କଟକ ଯାଇଥିଲେ। ସେଠାରୁ ପୁଣି ଏକ ଘରୋଇ ମେଡିକାଲ। ହାର୍ଟ ଡକ୍ଟର କହିଥିଲେ କି ଆୟୋଟିକ ଭଲଭ ଲାଗିବ ନଚେତ୍ ଓପନ ହାର୍ଟ ସର୍ଜରୀ ହେବ। ସୁଲକ ଙ୍କ ପତ୍ନୀ ପୁଷ୍ପଲତା ଏ ନେଇ କ୍ୟାପିଟାଲ ହସ୍ପିଟାଲ ର ହୃଦରୋଗ ବିଭାଗର ମୁଖ୍ୟ ପି.କେ ଦାସ ଙ୍କୁ ସାକ୍ଷାତ କରିବା ପରେ ବାଟ ଫିଟିଥିଲା। ବୟସ 70 ପାର ହୋଇଥିବାରୁ ଡକ୍ଟର ଟିମ୍ ଓପନ ହାର୍ଟ ସର୍ଜରୀ ନକରି ଦୁଇଟି ଜଙ୍ଘରେ କ୍ୟାଥେଟର ମାଧ୍ୟମରେ ନୂତନ ଆଟିଫିସିଆଲ ଆଓଟିକ୍ ଭାଲବ୍ ଲଗା ହେଲା । ଏହି ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି। ଯେଉଁଠି ଓପନ ହାର୍ଟ ସର୍ଜରୀ କଲେ ୬-୭ ଘଣ୍ଟା ସମୟ ଲାଗେ, ରୋଗୀ ୭ ଦିନ ବେଡ ରହିବା ପରେ ଚାଲବୁଲା କରିଥାଏ। କିନ୍ତୁ ଏଭଳି ଅପରେସନ କ୍ଷେତ୍ରରେ ମାତ୍ର ୪ ଘଣ୍ଟାରେ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ଥାଏ। ସରକାରଙ୍କ ଓ ଡାକ୍ତରଙ୍କ ପକ୍ଷରୁ ଏଭଳି ସାହାଯ୍ୟ ପାଇ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ସରକାର ଏବଂ କ୍ୟାପିଟାଲ ହସ୍ପିଟାଲ I

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |