ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା। ଚୋରି ଅଭିଯୋଗ ଆଣି କଲେ ସଂଘବଦ୍ଧ ଆକ୍ରମଣ। ଭିଡ଼ର ଭୟ ଦେଖି ଯୁବକ ଜଣକ ପୋଖରୀ ଭିତରେ ପଶିଯାଇଥିଲେ। ବାଂଲାଦେଶ ନାଓଗାଓଁ ଜିଲ୍ଲାରେ ଘଟିଛି ଏ ଭୟାନକ ଘଟଣା।ନାଓଗାଁ ମହାଦେବପୁରରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଚୋରି କରିବା ଅଭିଯୋଗରେ ଗୋଡାଇବା ବେଳେ ସେ ପୋଖରୀକୁ ଡେଇଁ ପଡିଥିଲେ।
ଯାହା ପରେ ତାଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ପୋଖରୀକୁ ଡେଇଁ ପଡିଥିବା ମିଥୁନ ସରକାରଙ୍କ ମୃତ୍ୟୁ ହୋଇଛି। ପୋଲିସ୍ ତାଙ୍କ ମୃତଦେହକୁ ଉଦ୍ଧାର କରିଛି। ଦେଶରେ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରି ଚାଲିଥିବା ହିଂସାତ୍ମକ ଆକ୍ରମଣକୁ ଆହୁରି ତୀବ୍ର କରିଛି।
ପୋଷ୍ଟମର୍ଟମ କରି ତନାଘନା ଚାଲିଛି ବୋଲି କହିଛି ବାଂଲାଦେଶ ପୋଲିସ। ତେବେ ଚୋରି ଅଭିଯୋଗକୁ ନିଶ୍ଚିତ କରିନାହିଁ ପୋଲିସ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଲଗାତାର ବୃଦ୍ଧି ପାଇଛି। ୩୫ ଦିନ ମଧ୍ୟରେ ମୋଟ ୧୨ ଜଣ ହିନ୍ଦୁଙ୍କୁ ହତ୍ୟା କଲେଣି ସଂଖ୍ୟାବହୁଳ ଗୋଷ୍ଠୀ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍