ନୂଆଦିଲ୍ଲୀ: ଭେନେଜୁଏଲାର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ବନ୍ଧକ ବନାଇ ସାରିବା ପରେ ବର୍ତ୍ତମାନ ଆମେରିକା ଉତ୍ତର ଆଟଲାଣ୍ଟିକ୍ ଏବଂ କାରିବିଆନରେ ଭେନେଜୁଏଲା ସହିତ ଜଡିତ ଥିବା ଦୁଇଟି ତୈଳ ଟ୍ୟାଙ୍କର୍ ଜବତ କରିଥିବା ନେଇ ସୂଚନା ମିଳିଛି।
ତେବେ ଆମେରିକାର ୟୁରୋପୀୟ କମାଣ୍ଡ ବାଣିଜ୍ୟ ଜାହାଜ ବେଲା ୧ କୁ ଜବତ କରିଥିବା ଘୋଷଣା କରିଛି।
ଭେନେଜୁଏଲା ଚାରିପାଖରେ କାର୍ଯ୍ୟରତ ଥିବା ତୈଳ ଜାହାଜ ଉପରେ ଆମେରିକାର ଅବରୋଧକୁ ହଟାଇବାକୁ ଚେଷ୍ଟା କରିବା ସମୟରେ ଏକ ତଟରକ୍ଷୀ କଟର ଟ୍ୟାଙ୍କର୍ କୁ ପିଛା କରିଥିଲା। ସ୍କଟଲାଣ୍ଡ ଏବଂ ଆଇସଲ୍ୟାଣ୍ଡ ମଧ୍ୟରେ ଥିବା ସମୁଦ୍ର ମଧ୍ୟରେ ଏହାକୁ ଅଟକାଇଥିଲା।
ଆମେରିକାର ସେନା କାରିବିଆନରେ ସୋଫିଆ ଟ୍ୟାଙ୍କର୍ ଜବତ କରିଥିବା ନେଇ ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ୍ ଏକ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଉଭୟ ଜାହାଜକୁ ଶେଷ ଥର ପାଇଁ ଡକ୍ ଇନ୍ କରାଯାଇଥିଲା ଓ ସେମାନେ ଭେନେଜୁଏଲା ଅଭିମୁଖେ ଯାଉଥିବା ନେଇ ସେ ସୂଚନା ଦେଇଥିଲେ।
ୟୁରୋପ ଆଡକୁ ମୁହାଁଇବା ପରେ ବେଲା ୧ କୁ ଋଷ ପତାକା ତଳେ ପଞ୍ଜିକୃତ କରାଯାଇ ଏହାର ନାମ ମାରିନେରା ରଖାଯାଇଥିଲା। ଆମେରିକାର ସେନା ଜାହାଜକୁ ଜବତ କରିବା ପରେ ଆଇନ ପ୍ରବର୍ତ୍ତନ ଅଧିକାରୀମାନଙ୍କୁ ଏହାର ନିୟନ୍ତ୍ରଣ ହସ୍ତାନ୍ତର କରିଥିବା ନେଇ ବୁଧବାର ଦିନ ଜଣେ ଆମେରିକୀୟ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଇରାନ ଠାରୁ ସମର୍ଥନ ପାଉଥିବା ଲେବାନିଜ୍ ଆତଙ୍କବାଦୀ ଗୋଷ୍ଠୀ ହିଜବୋଲା ସହ ଜଡିତ ଏକ କମ୍ପାନୀ ପାଇଁ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ୨୦୨୪ ମସିହାରେ ଆମେରିକା ଏହି ଜାହାଜ ଉପରେ ପ୍ରତିବନ୍ଧକ ଲଗାଇଥିଲା।
ତେବେ ଆଟଲାଣ୍ଟିକ ମହାସାଗରରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ପିଛା କରିବା ପରେ ବୁଧବାର ଦିନ ଆମେରିକା ଭେନେଜୁଏଲାର ଏକ ଋଷ ପତାକାଯୁକ୍ତ ତୈଳ ଟ୍ୟାଙ୍କରକୁ ଜବତ କରିଛି। ଯେଉଁଥିରେ ଏକ ଋଷୀୟ ବୁଡ଼ାଜାହାଜ ଏବଂ ଯୁଦ୍ଧଜାହାଜ ରହିଥିବା ନେଇ ଆମେରିକା ସେନା ତରଫରୁ ସୂଚନା ଦିଆଯାଇଛି।

More Stories
ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା
ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି
ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ