ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଦେବରିୟା ଜିଲ୍ଲାର ଜେଲରେ ବନ୍ଦୀ ଥିବା ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟବସ୍ଥା । ଦେହ ଅସୁସ୍ଥ ହେବାରୁ ଦେବରିୟା ମେଡିକାଲ କଲେଜରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ବୋଲି ଡାକ୍ତର କହୁଛନ୍ତି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୋରଖପୁର ମେଡିକାଲ କଲେଜକୁ ରେଫର କରାଯାଇଛି ।
ଗତକାଲି ରାତିରେ ହଠାତ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ତାଙ୍କ ଛାତିରେ ଯନ୍ତ୍ରଣା ଅଭିଯୋଗ କରିବା ପରେ ଜେଲ କର୍ମଚାରୀ ତାଙ୍କୁ ମେଡିକାଲ ନେଇଥିଲେ । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ ଗୋରଖପୁର ମେଡିକାଲ କଲେଜକୁ ରେଫର କରାଯାଇଛି ।
ଗତ ୧୦ ଡିସେମ୍ବରରୁ ପୂର୍ବତନ ଆଇପିଏସ୍ ଅମିତାଭ ଠାକୁର ଦେବରିୟା ଜିଲ୍ଲାରେ ଜେଲରେ ବନ୍ଦୀ ହୋଇ ରହିଛନ୍ତି । ଦେବରିୟା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଜମି ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ସିଜିଏମ କୋର୍ଟରେ ତାଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଥିଲା ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “