ଖୋଲା ମଞ୍ଚରେ ବାପାଙ୍କୁ ପ୍ରଶଂସାରେ ପୋତିଲେ ସୋଫିଆ ଫିର୍ଦ୍ଦୋସ।ମୋକିମ୍ ଫାଉଣ୍ଡେସନର ଯୁବ ସମାବେଶରେ ପ୍ରଶଂସା କଲେ ସୋଫିଆ। ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢ଼ିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ। ନ ଡରି ବାପାଙ୍କ ଲଢ଼େଇରେ ସମସ୍ତଙ୍କୁ ସାମିଲ୍ ହେବାକୁ ପଡ଼ିବ: ସୋଫିଆ। ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ।ଏ
ଆଜିର ଯୁବ ସମାବଶରେ ଅନେକ ନେତା ଏକାଠି ହୋଇଥିଲେ । ତେବେ ସୋଫିଆ ସାମିଲ ହୋଇ କହିଥିଲେ, ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢ଼ିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ । କେହି କାହାରିକୁ ନଡରି ବାପାଙ୍କ ଲଢ଼େଇରେ ସମସ୍ତଙ୍କୁ ସାମିଲ୍ ହେବାକୁ ପଡ଼ିବ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ ।
ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି। ଦେଶକୁ ଗଢ଼ିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡ଼ିବ । ମୋକିମଙ୍କ ନୂଆ ଦଳରେ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ମୋକିମ କହିଥିବା ବେଳେ ଆଜି ଏଭଳି କହିଛନ୍ତି ସୋଫିଆ । ତେବେ ଏଭଳି କହିବା ପରେ ସୋଫିଆଙ୍କ ଇଶାରା କୁଆଡ଼େ ବୋଲି ଚର୍ଚ୍ଚା ହେଉଛି ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |