ମକର ସଂକ୍ରାନ୍ତିରେ ଉପାସରେ ପ୍ରଭୁ ଲିଙ୍ଗରାଜ । ବନ୍ଦ ରହିଛି ଲିଙ୍ଗରାଜଙ୍କ ସମସ୍ତ ନିତିକାନ୍ତି । କ୍ଷୀର ଆଉଟା ନୀତିକୁ ନେଇ ଦେଖାଦେଇଛି ବିବାଦ । ଫଳରେ ମଙ୍ଗଳବାର ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି । ଆଜି ମହାଦେବଙ୍କ ପାଖରେ ନବାନ୍ନ ଲାଗି ହୋଇଥାନ୍ତା । ହେଲେ ଗତକାଲି ସନ୍ଧ୍ୟାରୁ ଉପବାସରେ ଅଛନ୍ତି ଲିଙ୍ଗରାଜ ।
ନୀତି ବନ୍ଦ ନେଇ ବ୍ରାହ୍ମଣ ଓ ବଡୁ ନିଯୋଗ ପରସ୍ପରଙ୍କ ମଧ୍ୟରେ ଚାଲିଛି, ଦୋଷ ଲଦାଲଦି ।
ଫଳରେ ଗତକାଲିଠାରୁ ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ଆଜି ବି ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଏବଂ ନୀତି ବନ୍ଦ ରହିଥିଲା । ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନି । ଫଳରେ ଆଜି ମଧ୍ୟ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ । ଯେ ପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଆଇନ ନ ଆସିଛି ସେ, ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ।

More Stories
ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ !
ତାଣ୍ଡବ ରଚୁଛି ଇରାନର କ୍ଲଷ୍ଟର୍ ବମ୍ ମିସାଇଲ, ଛାନିଆ ଇସ୍ରାଏଲ- ଆମେରିକା
ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ |